ଅଭିଶପ୍ତ ଦ୍ୱୀପ

0

ଇଟାଲୀ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟପାଇଁ ସାରା ବିଶ୍ୱରେ ପରିଚିତ । ହେଲେ ଏଠାରେ ଏପରି ଏକ ରହସ୍ୟମୟୀ ଦ୍ୱୀପ ରହିଛି ଯାହାକୁ କିଣୁଥିବା ମଣିଷଙ୍କର ମୃତ୍ୟୁ ହୋଇଯାଉଛି ବୋଲି ସୂଚନା ମିଳିଛି । ଗିୟୋଲା ନାମକ ଏହି ଦ୍ୱୀପ ୪୨ ହେକଫରରେ ବ୍ୟାପିଛି । ଏହି ଦ୍ୱୀପଟି ଦୁଇଟି ଟାପୁ ମିଶି ପ୍ରସ୍ତୁତ କରାଯାଇଛି । ଏହି ଦ୍ୱୀପ ପଛରେ ଏକ କାହାଣୀ ରହିଛି, ଯାହାକୁ ଆଧାର କରି ଏହି ତଥ୍ୟ ଏଠାରେ ପ୍ରସାରିତ ହୋଇଛି । ଲୋକକଥା ଅନୁସାରେ ଏଠାରେ ୧୯ଶହ ମସିହାରେ ଜଣେ ସାଧୁ ରହୁଥିଲେ, ଯାହାଙ୍କୁ ଲୋକ ଜାଦୁଗର ନାମରେ ଜାଣିଥିଲେ । ହେଲେ ଗୋଟିଏ ଦିନ ସେ ହଠାତ କେଉଁଆଡେ ଗାୟବ ହୋଇଯାଇଥିଲେ । ତେବେ ଲୋକଙ୍କ ବିଶ୍ୱାସ କି ସେହି ଯାଦୁଗର ଏହି ଦ୍ୱୀପକୁ ଅଭିଶାପ ଦେଇଛନ୍ତି କି ଏଠାରେ ଆଉ କେହି ମଣିଷ ରହିପାରିବେ ନାହିଁ । ସେହିଭଳି କିଛି ଲୋକ ଯେଉଁମାନେ ଏହି ଦ୍ୱୀପରେ ରହିବାପାଇଁ କିମ୍ବା କିଛି କରିବା ପାଇଁ ଚେଷ୍ଟା କରିଛନ୍ତି ସେମାନଙ୍କର ମୃତ୍ୟୁ ହୋଇଛି କିମ୍ବା କୌଣସି ଖରାପ ହୋଇଛି । ତେବେ ବର୍ତ୍ତମାନ ଏହି ଦ୍ୱୀପଟି ଇଟାଲୀ ସରକାରଙ୍କ କବଜାରେ ରହିଛି । ଗତ ୪୦ ବର୍ଷ ଧରି ଦ୍ୱୀପଟି ଖାଲି ପଡିଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.