ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ

0

ନୂଆପଡା : ବରିଷ୍ଠ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ସେ ୪ ଥର ନୂଆପଡାର ବିଧାୟକ ରହିଥିଲେ । ପ୍ରଥମେ ୨୦୦୪ରେ ସେ ସ୍ୱାଧୀନ ଭାବରେ ଦ୍ୱୀତିଥିଲେ । ଏହାପରେ ୨୦୦୯,୨୦୧୯ ଏବଂ ୨୦୨୪ରେ ସେ ବିଜେଡି ଟିକଟରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ସେ ନୂଆପଡା ଜିଲ୍ଲାରେ ଅନେକ ବିକାଶ ମୂଳକ କାର୍ଯ୍ୟ କରିଥିଲେ । ତାଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳ ସହ ରାଜନୈତିକ ମହଲରେ ଗଭୀର ଶୋକର ଲହରୀ ଖେଳିଯାଇଛି ।

ରାଜେନ୍ଦ୍ର ଢୋଲକିଆ ଙ୍କ ଜନ୍ମ ୧୯୫୬ ରେ ହୋଇଥିଲା । ନବୀନ ସରକାରରେ ସେ ଯୋଜନା ଏବଂ ସଂଯୋଜକ ମନ୍ତ୍ରୀ ଥିଲେ । ସେ ରାଜନୈତିକ ବ୍ୟକ୍ତି ସହିତ ଜଣେ ସମାଜସେବୀ ଭାବରେ ସ୍ଥାନୀୟ ଅଞ୍ଚଳରେ ଅନେକ ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରି ନିଜ ଏକ୍ସ ହ୍ୟାଣ୍ଡେଲରେ ଶୋକବାର୍ତ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିୟାଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି ।

Govt
Leave A Reply

Your email address will not be published.