ଭୁବନେଶ୍ୱର: ଚାଷୀ ଭାଇଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଖାଇ ଭେଟି ଦେବେ ବୋଲି ଘୋଷଣା କରିଛନ୍ତି । କାଳିଆ ଯୋଜନା ଅନ୍ତର୍ଗତେ ପ୍ରତ୍ୟେକ ଚାଷୀଭାଇଙ୍କ ଆକାଉଣ୍ଟକୁ ୨ ହଜାର ଲେଖାଏଁ ଟଙ୍କା ସିଧାସଳଖ ଯିବ । ଫଳରେ ରାଜ୍ୟରେ ମୋଟ୍ ୮୬୯ କୋଟି ଟଙ୍କା ପାଇ ୪୧ ଲକ୍ଷ ଚାଷୀ ଉପକୃତ ହେବେ । ତେବେ ଗତବର୍ଷ ମଧ୍ୟ ନୂଆଖାଇରେ ରାଜ୍ୟ ସରକାର କାଳିଆ ଟଙ୍କା ଦେଇଥିଲେ ।
ଏହା ପୂର୍ବରୁ ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ଗତ ମେ ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୃଷକମାନଙ୍କୁ କାଳିଆ ଯୋଜନାର ସହାୟତା ପ୍ରଦାନ କରିଥିଲେ ।
ଫଳରେ ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପାଖାପାଖି ୮୦୦ କୋଟି ଟଙ୍କା ସିଧାସଳଖ ପ୍ରଦାନ କରାଯାଇଥିଲା ।

Comments are closed.