ଫ୍ରେଞ୍ଚ ଓପନ୍‌ ଟେନିସ: କ୍ୱାର୍ଟରରେ ଜୋକୋଭିକ, ଅଣମାନ୍ୟତାପ୍ରାପ୍ତ ଟ୍ରେଭିସାନ

ମିଶ୍ରିତ ଯୁଗଳରୁ ସାନିଆ ବିଦା

ପ୍ୟାରିସ: ବିଶ୍ୱର ଏକ ନମ୍ବର ନୋଭାକ ଜୋକୋଭିକ ଫ୍ରେଞ୍ଚ ଓପନ୍‌ ଟେନିସ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲ୍‌ ସ୍ଥାନ ପMା କରିଛନ୍ତି । ରବିବାର ପ୍ରିକ୍ୱାର୍ଟର ଫାଇନାଲରେ ୨୦ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ସର୍ବିଆ ତାରକା ଜୋକୋଭିକ ୬-୧, ୬-୩, ୬-୩ ସେଟରେ ଆର୍ଜେଣ୍ଟିନାର ଡିଏଗୋ ସ୍ୱର୍ଜମାନଙ୍କୁ ହରାଇଥିଲେ । ଆଲେକଜାଣ୍ଡର ଭେରଭ ଓ ରାଫେଲ ନାଦାଲ ମଧ୍ୟ କ୍ୱାର୍ଟରଫାଇନାଲରେ ପହଞ୍ଚିଛନ୍ତି । ଭେରେଭ ୭-୬, ୭-୫, ୬-୩ ସେଟରେ ବର୍ଣ୍ଣାବେ ଜାପଟା ମିରାଲେସଙ୍କୁ ଏବଂ ନଦାଲ ୩-୬, ୬-୩, ୬-୨, ୩-୬, ୬-୩ ସେଟରେ ଫେଲିକ୍ସ ଅଗର ଆଲିଆସିମ୍‌ଙ୍କୁ ହରାଇଥିଲେ ।

ମହିଳା ଏକକରେ ଅଣ ମାନ୍ୟତାପ୍ରାପ୍ତ ଇଟାଲିର ମାର୍ଟିନା ଟ୍ରେଭିସାନ (୫୯), କୋକୋ ଗଫ୍‌ କ୍ୱାର୍ଟରଫାଇନାଲରେ ପହଞ୍ଚି ଯାଇଛନ୍ତି । ରବିବାର ମହିଳା ଏକକ ପ୍ରିକ୍ୱାର୍ଟର ଫାଇନାଲରେ ଟ୍ରେଭିସାନ ୭-୬ (୧୦), ୭-୫ ସେଟରେ ବେଲାରୁଷର ଆଲିଆକସାନ୍ଦ୍ରା ସାସନୋଭିକଙ୍କୁ ହରାଇଥିଲେ । କ୍ୱାର୍ଟରଫାଇନାଲରେ ସେ କାନାଡ଼ାର ୧୯ ବର୍ଷୀୟା ଲିଲା ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଭେଟିବେ । ଫର୍ଣ୍ଣାଣ୍ଡିଜ୍‌ ୬-୩, ୪-୬, ୬-୩ ସେଟରେ ଆମେରିକାର ଆମନ୍ଦା ଆନିସିମୋଭାଙ୍କୁ ମାତ୍‌ ଦେଇଥିଲେ । ଅନ୍ୟ ଏକ ପ୍ରିକ୍ୱାର୍ଟର ଫାଇନାଲରେ ଆମେରିକାର ଗଫ ସିଧାସଳଖ ୬-୪, ୬-୦ ସେଟରେ ବେଲଜିୟମର ଏଲିସ ମର୍ଟେନ୍ସଙ୍କୁ ପରାସ୍ତ କରିଥିଲେ । ଚଳିତ ଫ୍ରେଞ୍ଚ ଓପନ୍‌ ମିଶ୍ରିତ ଯୁଗଳରୁ ଭାରତୀୟ ତାରକା ସାନିଆ ମିର୍ଜାଙ୍କ ଅଭିଯାନ ଶେଷ ହୋଇଛି । ରବିବାର ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ସେ ଓ ତାଙ୍କ କ୍ରୋଏସିଆ ସାଥୀ ଇଭାନ ଡୋଡିଗ ୪-୬, ୩-୬ ସେଟରେ ବ୍ରାଜିଲ ଯୋଡ଼ି ବିତ୍ରିଜ ହାଡାଡ ମାଇଆ ଓ ବ୍ରୁନୋ ସୋଆରେସଙ୍କଠାରୁ ପରାସ୍ତ ହୋଇଥିଲେ । ଏହି ମ୍ୟାଚ୍‌ ୧ ଘଣ୍ଟା ୧୫ ମିନିଟ୍‌ ଚାଲିଥିଲା । ସାନିଆ ୨୦୧୨ ମିଶ୍ରିତ ଯୁଗଳରେ ଭାରତୀୟ ସାଥୀ ମହେଶ ଭୂପତିଙ୍କ ସହ ଏଠାରେ ଟ୍ରଫି ଜିତିଥିଲେ । ତେବେ ମହିଳା ଯୁଗଳ ପ୍ରିକ୍ୱାର୍ଟର ଫାଇନାଲରେ ସାନିଆ ଓ ତାଙ୍କ ସାଥୀ ଚେକ୍‌ ଗଣରାଜ୍ୟ ସାଥୀ ଲୁସି ହ ୍ରାଦେକା ପହଞ୍ଚି ଯାଇଛନ୍ତି । ପ୍ରିକ୍ୱାର୍ଟରରେ ଏମାନେ ଆମେରିକା ଯୋଡ଼ି ଜେସିକା ପେଗୁଲା ଓ କୋକୋ ଗଫ୍‌ଙ୍କୁ ଭେଟିବେ ।

Govt

Comments are closed.