ଦୁନିଆରେ କେତେକ ଜନଜାତି ତାଙ୍କର ନିଜସ୍ୱ ଅଜବ ପରମ୍ପରା କାରଣରୁ ‘ର୍ଚ୍ଚାରେ ରହିଥାନ୍ତି । ଆଜିର ଦୁନିଆରେ ବି ସେମାନେ ତାଙ୍କର ପରମ୍ପରାକୁ ଅତି ନିଷ୍ଠାର ସହ ପାଳନ କରୁଥିବା ଦେଖିବାକୁ ମିଳିଛି । ଏହିକ୍ରମରେ ‘ମଲେସିଆ’ ନାମରେ ଏପରି ଏକ ଜନଜାତି ଅଛନ୍ତି, ଯେଉଁମାନେ ତାଙ୍କର ଅହିଂସା ନୀତି ପାଇଁ ସର୍ବଦା ପ୍ରଶଂସା ଘେରରେ ରହିଆସିଛନ୍ତି । ରିପୋର୍ଟ ଅନୁଯାୟୀ ମଲେସିଆର ମାଇ ସେମାଇ ଜନଜାତିକୁ ‘ଓରାଙ୍ଗ୍ ଦଲାମ’ ନାମରେ ସମଗ୍ର ବିଶ୍ୱରେ ଜଣାଶୁଣା । ଏମାନେ ଦକ୍ଷିଣପୂର୍ବ ଏସିଆର ମାଲ୍ୟ ଉପଦ୍ୱୀପରେ ରହୁଛନ୍ତି ।

କୁହାଯାଏ ଯେ ସେମାଇ ଦକ୍ଷିଣପୂର୍ବ ଏସିଆର ମୂଳବଂଶଜ, ଯେଉଁମାନେ ପ୍ରାୟ ୮ ହଜାରରୁ ୬ ହଜାର ଖ୍ରୀଷ୍ଟପୂର୍ବ ମଧ୍ୟରେ ମାଲ୍ୟ ଉପଦ୍ୱୀପରେ ପହଞ୍ଚିଥିଲେ । ମାଇ ସେମାଇର ବର୍ତ୍ତମାନ ଜନସଂଖ୍ୟା ପ୍ରାୟ ୪୯ହଜାର । ଏହି ପ୍ରଜାତି ଖାଇବା ପାଇଁ ସ୍ଲାସ୍ ଚାଷ କରନ୍ତି ଏବଂ ମାଛ, ଛେଳି, ମେଣ୍ଡା ପାଳନ କରନ୍ତି । ତେବେ ଏହି ଜନଜାତି ଅନ୍ୟ ଜନଜାତିରୁ ସମ୍ପୂର୍ଣ୍ଣ ଭିନ୍ନ । କାରଣ ସେମାନେ ଦୀର୍ଘ ସମୟରୁ ଅହିଂସା ନୀତି ପାଳନ କରିଆସୁଛନ୍ତି । କୁହାଯାଏ ଯେ ଏହି ଜନଜାତିର ଲୋକଙ୍କଠାରେ ଅଧିକ ସହନଶୀଳତା ଭାବ ରହିଛି । ସେମାନେ କୌଣସି ପ୍ରକାର ଲଢେଇ, ଝଗଡ଼ା କରନ୍ତି ନାହିଁ ।

ରୋବର୍ଟ ଡେନଟାନ୍ ନାମକ ଜଣେ ଲେଖକ ତାଙ୍କ ପୁସ୍ତକରେ ଏହି ପ୍ରସଙ୍ଗ ଉପରେ ଉଲ୍ଲେଖ କରିଛନ୍ତି । ରୋବର୍ଟଙ୍କ ଅନୁଯାୟୀ ୧୯୭୦ରୁ ୨୦୦୪ ମସିହା ମଧ୍ୟରେ ଏହି ଜନଜାତିରେ କେବଳ ୪ଟି ହତ୍ୟା ମାମଲା ସାମ୍ନାକୁ ଆସିଛି, ଯାହା ଅତି ସାଧାରଣ ଅପରାଧ ଥିଲା । ଏକ ରିପୋର୍ଟ ଅନୁସାରେ ମଲାୟନ ଜରୁରୀକାଳୀନ ପରିସ୍ଥିତ ସମୟରେ ଇଂରେଜମାନେ ସେମାଇ ଜନଜାତିର ଲୋକଙ୍କୁ କମୁ୍ୟନିଷ୍ଟ ବିରୋଧରେ ନିଯୁକ୍ତି କରିଥିଲେ ।

ସେମାଇ ଜନଜାତିର ବିଶ୍ୱାସ ମୁତାବକ କାହାକୁ ଦୁଃଖ ଦେବା କିମ୍ବା ନିଜ ଇଚ୍ଛାକୁ ଅନ୍ୟ ଉପରେ ଲଦି ଦେବାକୁ ଭୁଲ ବୋଲି ଧରାଯାଏ । ଯଦି ସେମାନେ କାହାକୁ ଦୁଃଖ ଦିଅନ୍ତି, ତାହେଲେ ଏହା ତାଙ୍କ ଶାରୀରିକ ସମସ୍ୟାର କାରଣ ହୋଇପାରେ । ତେଣୁ ଏହି ଲୋକମାନେ ସର୍ବଦା ନିଜ ଖାଦ୍ୟକୁ ବାଣ୍ଟି କରି ଖାଆନ୍ତି । ଏହି ଅହିଂସା ପରମ୍ପରା ତାଙ୍କୁ ସମସ୍ତଙ୍କୁ ଭିନ୍ନ ଏବଂ ଅନନ୍ୟ କରିପାରିଛି ।

Comments are closed.