ଦେଶ କିଣିଲେ ବାବା ନିତ୍ୟାନନ୍ଦ, ନାମ ଦେଲେ ‘ କୈଳାସା’

ସମୟ ଲାଇଭ୍‍,୫/୧୨: ଭାରତୀୟ ପୋଲିସ୍‍ ପାଇଁ ମୋଷ୍ଟ ୱାଣ୍ଟେଡ଼୍‍ ଥିବା ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ଗଢ଼ିଛନ୍ତି ସ୍ୱତନ୍ତ୍ର ହିନ୍ତୁ ରାଷ୍ଟ୍ର। ଇକ୍ୱେଡ଼ର ପାଖ ଦେଶ ଲାଟିନ୍‍ ଆମେରିକାରେ ରହିଛି ଏହି ଦେଶ। ଦେଶର ନିଜସ୍ୱ ୱେବସାଇଟ୍‍ ରହିଥିବାବେଳେ ଏଥିରେ ଏହି ଦେଶର ଅନେକ ସୂଚନା ଦିଆଯାଇଛି। ହିନ୍ଦୁ ରାଷ୍ଟ୍ରର ନାମ ‘କୈଳାସା’ ରହିଥିବାବେଳେ ନିଜେ ହାସଲ କରିଛି ନିଜ ଦେଶର ପାସପୋର୍ଟ। ସୀମା ନଥିବା ଏହି ରାଷ୍ଟ୍ରର ୧୦ କୋଟି ଲୋକଥିବା ୱେବସାଇଟରେ ଉଲ୍ଲେଖ କରାଯାଇଛି। ଦେଶରେ ପ୍ରାଥମିକ ଭାଷା ଇଂରାଜୀ ରହିଥିବାବେଳେ ତାମିଲ ହିନ୍ଦୀ ଆଦି ଭାଷା ମଧ୍ୟ ପ୍ରଚଳିତ ହେଉଛି। ତେବେ ଏହି ଦେଶର ରାଷ୍ଟ୍ରିୟ ଧ୍ୱଜା ଋଷଭ ଅଟେ। ସେହିପରି ଜାତୀୟ ଫୁଲ ପଦ୍ମ ଓ ଜାତୀୟ ପଶୁ ନନ୍ଦୀ ଏବଂ ଜାତୀୟ ବୃକ୍ଷ ବରଗଛ ବୋଲି ଜଣାପଡ଼ିଛି।
ତେବେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନିତ୍ୟାନନ୍ଦ ଧର୍ମ ନାଁରେ ପୁଣି ବିଳାସ ବ୍ୟସନ ପାଇଁ ଉଦ୍ୟମ କରୁଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Launching Ceremony of “AYUSHMAN BHARAT

Comments are closed.