ଗଡ଼କରୀଙ୍କୁ ଭେଟିଲେ ଅହମ୍ମଦ ପଟେଲ

ସମୟ ଳାଇଭ୍‍,୭/୧୦: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଚଳାବସ୍ଥା ଲାଗିରହିଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସଙ୍କଟମୋଚନକାରୀ ନିତିନ ଗଡ଼କରୀଙ୍କୁ କଂଗ୍ରେସ ନେତା ଅହମ୍ମଦ ପଟେଲ ଭେଟିଛନ୍ତି। ତେବେ ସରକାର ଗଢ଼ିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ କୌଣସି ଆଲୋଚନା ହୋଇନଥିବା ଅହମ୍ମଦ କହିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର କେତକ ସମସ୍ୟା ସମ୍ପର୍କରେ ଅବଗତ କରାଇବା ପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିବା କହିଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରି ସେ ଏପରି ସୂଚନା ଦେଇଛନ୍ତି।

Govt

Comments are closed.