ନିର୍ଭୟା ମାମଲା: ୨୨ରେ ମିଳିବ ଫାଶୀ

ନୂଆଦିଲ୍ଲୀ,୭/୧: ନିର୍ଭୟା ମାମଲାରେ ଦୋଷୀଙ୍କ ନାମରେ ଡ଼େଥ୍ ୱାରେଣ୍ଟ ମଙ୍ଗଳବାର ଜାରି ହୋଇଛି। ସମସ୍ତ ୪ ଦୋଷୀଙ୍କ ନାମରେ ଡ଼େଥ ୱାରେଣ୍ଟ ଜାରି କରାଯାଇଛି। ଏହି ଡ଼େଥ୍ ୱାରେଣ୍ଟ ପଟିୟାଲା ହାଉସ କୋର୍ଟ ଜାରି କରିଛନ୍ତି।ତେବେ ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ୪ଜଣ ଦୋଷୀ ତିହାର ଜେଲରେ ଫାଶୀ ପାଇବେ ବୋଲି ସୂଚନା ଦିଆଯାଇଛି। ରାଜକ୍ଷମା ବା ସୁପ୍ରିମକୋର୍ଟରେ ଆବେଦନ ପାଇଁ ୧୪ ଦିନର ସମୟ ମଧ୍ୟ ଦିଆଯାଇଛି। ଅନ୍ୟପଟେ କୋର୍ଟଙ୍କର ଏହି ରାୟ ପରେ ନିର୍ଭୟାଙ୍କ ମାଆ ପ୍ରତିକ୍ରିୟା ରଖିଛନ୍ତି। ଦୋଷୀଙ୍କୁ ଫାଶୀ ହେଲେ ନ୍ୟାୟ ବ୍ୟବସ୍ଥା ପ୍ରତି ଭରସା ବଢ଼ିବ ବୋଲି ସେ କହିଛନ୍ତି।

Launching Ceremony of “AYUSHMAN BHARAT

Comments are closed.