ଭାରତ ବନ୍ଦର ପ୍ରଭାବ: ବାଇକ ଭଡା ୧୫୦ଟଙ୍କା

ଭୁବନେଶ୍ୱର,୮/୧: ଆଜି ୨୪ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଗାଡ଼ି ଚଳାଚଳ ବନ୍ଦ ରହିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ଦେଇ ଗତି କରୁଛନ୍ତି। ଆନ୍ଦୋଳନକାରୀଙ୍କ ଆନ୍ଦୋଳନ ଫଳରେ ଟ୍ୟାକ୍ସି ଓ ଅଟୋ ନଥିବାରୁ ଯାତ୍ରୀମାନେ ବାଇକରେ ଭଡ଼ା କରି ଯାଉଥିବା ଦେଖିବାକୁ ମିଳିଛି। ବାଇକରେ ଯାତ୍ରୀମାନେ ୧୫୦ଟଙ୍କା ଭଡ଼ା ଗଣିଛନ୍ତି। ସୂଚନା ଅନୁସାରେ, ୧୨ ଦଫା ଦାବି ନେଇ ଏହି ଧର୍ମଘଟ ଡାକରା ଦିଆଯାଇଛି। କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସ୍ୱାଧୀନ ଫେଡରେସନ ମିଳିତ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

Comments are closed.