ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଅଜବ ଟ୍ରେଣ୍ଡ ଦେଖିବାକୁ ମିଳିଥାଏ । ସେହିଭଳି ଏକ ଫିଟ୍ନେସ ଟ୍ରେଣ୍ଡ୍ୟୁରୋପରେ ଫେମସ ହେବାରେ ଲାଗିଛି । ଏହି ଟ୍ରେଣ୍ଡରେ ଲୋକମାନେ ହାତ ଓ ପାଦ ସାହାଯ୍ୟରେ ଯେ କୌଣସି ପଶୁ ଭଳି ଚାଲିବାର ଟ୍ରେଣ୍ଡ ଦେଖିବାକୁ ମିଳିଛି । ଏହାକୁ କ୍ୱାଡ୍ରୋବିକ୍ସ ନାମ ଦିଆଯାଇଛି, ଯାହା ଏକ ପ୍ରକାର ବ୍ୟାୟାମ । ଏହା ଏକପ୍ରକାର ଫୁଲବଡି ଓ୍ୱାର୍କଆଉଟ, ଯେଉଁଥିରେ ଲୋକମାନେ ରାସ୍ତାରେ ଦୌଡିବା ସହିତ କୁଦା ମାରୁଥିବାର ଦେଖିବାକୁ ମିଳିଥାଏ । ତେବେ ଯେଉଁମାନେ ଏହାକୁ ଅନୁକରଣ କରୁଛନ୍ତି ସେମାନେ କିଛି ସପ୍ତାହ ଭିତରେ ହିଁ ନିଜ ଓଜନ କମ କରିଥିବା ଦେଖିବାକୁ ମିଳିଛି । ହେଲେ ଏକ୍ସପର୍ଟମାନେ ଏହାକୁନେଇ ଲୋକଙ୍କୁ ଚେତାବନୀ ଦେଇଛନ୍ତି । ଏହି ବ୍ୟୟାମ କାରଣରୁ କାନ୍ଧ,ହାତ, କଚଟିରେ ଆହତ ଲାଗିବାର ଡର ଖୁବ ଅଧିକ ରହିଛି ।
