ଟ୍ରେଣ୍ଡ ପାଲଟିଛି ମହାମାରୀ

0

ଅନେକ ସମୟରେ ଏଭଳି କିଛି ଟ୍ରେଣ୍ଡ ଦେଖିବାକୁ ମିଳିଥାଏ, ଯାହା ପିଲାଙ୍କ ପାଇଁ ଖରାପ ହୋଇଥାଏ । ସେହିଭଳି ଏକ ଟ୍ରେଣ୍ଡ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ସମଗ୍ର ବିଶ୍ୱରେ ବର୍ତ୍ତମାନ ଛୋଟପିଲାଙ୍କ ଭିତରେ ଜୋରରେ ପାଟି କରିବାର ମହାମାରୀ ବ୍ୟାପିଛି । ବିଭିନ୍ନ ସ୍କୁଲରେ କ୍ଲାସ ରୁମରେ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ଅଚାନକ ରଡି କରିବାରେ ଲାଗୁଛନ୍ତି । ଏହି ଅଜବ ଟ୍ରେଣ୍ଡ୍‌ ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆରେ ଥିବା ବିଭିନ୍ନ ସ୍କୁଲରେ ଦେଖିବାକୁ ମିଳୁଛି, ଯାହା ସ୍କୁଲ କର୍ମଚାରୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହାକୁ ୬ – ୭ଟ୍ରେଣ୍ଡର ନାଁ ଦିଆଯାଇଛି, ଯେଉଁଥିରେ ପିଲାମାନେ ରଡି କରିବା ସହିତ ମୁଣ୍ଡ ହଲାଇ ବିଭିନ୍ନ ପ୍ରକାରର ଏକ୍ସପ୍ରେସନ ଦେଇଥାଆନ୍ତି । ତେବେ ଏଥିରେ ବିଶେଷଭାବେ ୧୦ ରୁ ୧୫ ବର୍ଷର ଶିଶୁମାନେ ଭାଗ ନେଉଥିବା ଦେଖିବାକୁ ମିଳୁଛି । ଏହି ଟ୍ରେଣ୍ଡରେ ଯଦି କ୍ଲାସରୁମରେ କେହି ବି ୬ କିମ୍ବା ୭ କହିଥାଆନ୍ତି ତେବେ ଏକାଥରେ ୧୫ରୁ ଅଧିକ ପିଲା କ୍ଲାସରୁମରେ ପାଟି କରୁଛନ୍ତି । ସୂଚନା ଅନୁସାରେ ଏହି ଟ୍ରେଣ୍ଡ ଆମେରିକା ର୍ୟାପର ସ୍କି୍ରଲୋ ଗୀତ ଡଟ୍‌ ଡଟ୍‌ (୬-୭)ରୁ ଆରମ୍ଭ ହୋଇଛି । ହେଲେ ଏହା ବର୍ତ୍ତମାନ ସ୍କୁଲରେ ଏକ ଗୁରୁତର ସମସ୍ୟାରେ ପରିଣତ ହୋଇଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.