ଦିଲ୍ଲୀ: ଅକ୍ଟୋବର ୧୩: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀଠାରେ ପ୍ରଗତି ମଇଦାନର ନୂଆ ପ୍ରଦର୍ଶନୀ କମ୍ଲେକ୍ସକୁ ଉଦଘାଟନ କରିଛନ୍ତି । ଆସନ୍ତା ୨୦୨୩ରେ ଏହି ମଇଦାନରେ ଜି-୨୦ ବିଶ୍ୱ ସମ୍ମିଳନୀ ଅନୁଷ୍ଠିତ ହେବ । ବିଶ୍ୱର ବିଭିନ୍ନ ଦେଶର ମୁଖ୍ୟ ଦିଲ୍ଲୀର ଏହି ମଇଦାନକୁ ଆସି ଜି-୨୦ ସମ୍ମିଳନୀରେ ଯୋଗ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ସୂଚନା ଦେଇଛନ୍ତି । ତେବେ ନଭେମ୍ବର ୧୪ରୁ ୨୭ ଯାଏ ଏଠାରେ ଆଇଆଇଟିଏଫର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଜି-୨୦ ସମ୍ମିଳନୀ ୨୦୨୩ରେ ପ୍ରଗତି ମଇଦାନରେ ଅନୁଷ୍ଠିତ ହେଉଛି ।
ସୂଚନା ଅନୁସାରେ, ମଇଦାନରେ ପ୍ରାୟ ୭୨ ହଜାର ବର୍ଗ କିମି ଅଞ୍ଚଳରେ ରହିଛି । ବର୍ତ୍ତମାନ ଏହା ମଧ୍ୟରେ ନୂଆ ଆଇସିସି ସେଣ୍ଟରର ନିର୍ମାଣ କାମ ଚାଲିଛି । ଏହାଛଡ଼ା ଏହା ମଧ୍ୟରେ ୮ଟି ପ୍ରଦର୍ଶନୀ ହଲ ତିଆରି କରାଯିବ । ଏଠାରେ ଥିବା ଅଣ୍ଡର ଗ୍ରାଉଣ୍ଡ ପାର୍କିଂରେ ଏକକାଳୀନରେ ୮ ହଜାର ଗାଡ଼ି ରହିପାରିପାରିବାର ସୁବିଧା ରହିଛି । ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ ପରିଚାଳନା ପାଇଁ ୬ ଗୋଟି ଟନେଲ ତିଆରି କାରାଯାଉଥିଲା ବେଳେ ସବ୍େୱର କାର୍ଯ୍ୟ ମଧ୍ୟ ଚାଲିଛି । ଏଥିପାଇଁ ୧୦୦ ଲକ୍ଷ କୋଟିର ପୁଞ୍ଜି ବିନିଯୋଗ ହେଉଛି ।
ଏହା ପ୍ରଧାନମନ୍ତ୍ରୀ ଗତି ଶକ୍ତି-ଜାତୀୟ ମାଷ୍ଟର ପ୍ଲାନ ବିଭିନ୍ନ ବିକାଶମୂଳକ ଯୋଜନାକୁ ଅଧିକ ଗତି ଓ ଦିଗ ଦେଖାଇବ । ପୁଞ୍ଜି ନିବେଶକୁ ମଧ୍ୟ ଏହା ଉତ୍ସାହିତ କରିବ । ଅର୍ଥନୀତିକୁ ସଜାଡ଼ିବା ସହିତ ଯୁବ ପିଢ଼ିଙ୍କୁ ନିଯୁକ୍ତିର ସୁଯୋଗ ଯୋଗାଇବ ।

Comments are closed.