ଆବିଷ୍କାର ନୂଆ ବ୍ଲଡ ଗ୍ରୁପ୍‌ ଗର୍ଭରେ ଥିବା ଶିଶୁ ଲାଗି ଘାତକ

ଏ ପର୍ଯ୍ୟନ୍ତ ଆପଣ ମଣିଷର କିଛି ବ୍ଲଡ ଗ୍ରୁପ୍‌ ବିଷୟରେ ଜାଣିଛନ୍ତି । କିନ୍ତୁ ଏବେ ବୈଜ୍ଞାନିକମାନେ ଏକ ନୂଆ ବ୍ଲଡ ଗ୍ରୁପ୍‌ ସନ୍ଧାନ କରିଛନ୍ତି ଯାହା ପୂର୍ବର ସମସ୍ତ ବ୍ଲଡ ଗ୍ରୁପ୍‌ ଠାରୁ ପୁରା ଅଲଗା । ଏହି ନୂଆ ବ୍ଲଡ୍‌ ଗ୍ରୁପର ସନ୍ଧାନ ବହୁ ବର୍ଷ ଧରି ଜାରି ରହିଥିଲା । କିନ୍ତୁ ସଫଳତା ମିଳି ପାରି ନ ଥିଲା । କାରଣ ଏଥିରୁ ମିଳୁଥିବା କଣ୍ଟେଣ୍ଟ ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ପର୍ଯ୍ୟନ୍ତ ଆପଣ ଏ, ବି, ଏବି ଏବଂ ଓ ବ୍ଲଡ୍‌ ଗ୍ରୁପ୍‌ ବିଷୟରେ ଜାଣିଛନ୍ତି ।
ଆବିଷ୍କାର ନୂଆ ବ୍ଲଡ ଗ୍ରୁପ୍‌ ଗର୍ଭରେ ଥିବା ଶିଶୁ ଲାଗି ଘାତକ

କିନ୍ତୁ ବ୍ରିଟେନର ବୈଜ୍ଞାନିକମାନେ ଏକ ଦୂର୍ଲଭ ବ୍ଲଡ ଗ୍ରୁପ୍‌ ଆବିଷ୍କାର କରିଛନ୍ତି ଯାହା ଗର୍ଭରେ ବଢୁଥିବା ଶିଶୁ ଲାଗି ଘାତକ ବୋଲି କୁହାଯାଉଛି । ବ୍ରିଟେନର ବ୍ରିଷ୍ଟଲ ୟୁନିଭରସିଟି ଓ ନ୍ୟାସନାଲ୍‌ ହେଲ‘ ସର୍ଭେ ବ୍ଲଡ ଆଣ୍ଡ ଟ୍ରାନସପ୍ଲାଣ୍ଟର ବୈଜ୍ଞାନିକ ମିଳିତ ଭାବରେ ଏହି ନୂଆ ବ୍ଲଡ ଗ୍ରୁପର ସନ୍ଧାନ କରିଛନ୍ତି । ବୈଜ୍ଞାନିକମାନେ କହିଛନ୍ତି ନୂଆ ବ୍ଲଡ୍‌ ଗ୍ରୁପ୍‌ର ଚିହ୍ନଟ ପରେ ଏବେ ବହୁ ରୋଗୀଙ୍କ ଜୀବନ ବଞ୍ଚାଯାଇପାରିବ । ଏହି ନୂଆ ବ୍ଲଡ ଗ୍ରୁପର ନାମ ଇଆର୍‌ ରଖାଯାଇଛି ଯାହା ବେଶ୍‌ ଦୂର୍ଲଭ । ଏକ ରିପୋର୍ଟ ଅନୁସାରେ ଏହି ବ୍ଲଡ ଗ୍ରୁପର ଆବିଷ୍କାର ପାଇଁ ବୈଜ୍ଞାନିକଙ୍କୁ ୩୦ ବର୍ଷ ଲାଗିଯାଇଥିଲା ।

ବ୍ରିଷ୍ଟଲ ୟୁନିଭରସିଟି ବୈଜ୍ଞାନିକଙ୍କ ପାଖରେ ଏହି ବ୍ଲଡ୍‌ ଗ୍ରୁପ୍‌ର ଦୁଇଟି ମାମଲା ପହଞ୍ଚିଥିଲା । ଦୁଇଟି ମାମଲାରେ ମହିଳା ଦୁଇଜଣ ଗର୍ଭବତୀ ଥିଲେ ଓ ସେମାନଙ୍କ ସନ୍ତାନର ମୃତୁ୍ୟ ଗର୍ଭରେ ହିଁ ହୋଇଯାଇଥିଲା । ଯେତେବେଳେ ଯାଞ୍ଚ କରାଗଲା ସେତେବେଳେ ଜଣାପଡିଲା ଉଭୟ ଶିଶୁଙ୍କର ବ୍ଲଡ ଗ୍ରୁପ୍‌ ଇଆର୍‌ ଥିଲା । ଏହି ଦୁଇଟି ମାମଲାର ଅଧ୍ୟୟନ ପରେ ବୈଜ୍ଞାନିକମାନେ ଜାଣିପାରିଥିଲେ ମା ଓ ସନ୍ତାନର ବ୍ଲଡ୍‌ ଗ୍ରୁପ୍‌ ଅଲଗା ଅଲଗା ହେଲେ ଇମ୍ୟୁନ ସିଷ୍ଟମ ନିୟନ୍ତ୍ରଣ ବାହାରକୁ ଚାଲିଯାଏ ।
ଆବିଷ୍କାର ନୂଆ ବ୍ଲଡ ଗ୍ରୁପ୍‌ ଗର୍ଭରେ ଥିବା ଶିଶୁ ଲାଗି ଘାତକ

ରିପୋର୍ଟ ଅନୁଯାୟୀ ଯଦି କୌଣସି ଗର୍ଭବତୀ ମହିଳାଙ୍କ ବ୍ଲଡ ଗ୍ରୁପ୍‌ ଇଆର୍‌ ରହିଥାଏ ତେବେ ତାଙ୍କ ଇମ୍ୟୁନ ସିଷ୍ଟମ ଶିଶୁର ବ୍ଲଡ୍‌ ବିରୁଦ୍ଧରେ ଆଣ୍ଟିବଡିଜ୍‌ ପ୍ରସ୍ତୁତ କରିଥାଏ । ଏହି ଆଣ୍ଟିବଡି ଗର୍ଭ ନଳୀ ଜରିଆରେ ଶିଶୁର ଶରୀରରେ ପହଞ୍ଚି ହିମୋଲିଟିକ୍‌ ରୋଗର କାରଣ ପାଲଟି ଯାଏ ଓ ଶିଶୁର ଲାଲ୍‌ ରକ୍ତ କଣିକା ଉପରେ ପ୍ରଭାବ ପକାଇଥାଏ । ଫଳରେ ଶିଶୁ ବେଶୀ ଦିନ ବଞ୍ଚି ରହିପାରେ ନାହିଁ ।

Govt

Comments are closed.