ଆଜିଠାରୁ ଆରମ୍ଭ ହେଲା ନବରାତ୍ରୀ ପୂଜା : ପ୍ରଥମ ଦିନରେ “ଶୈଳପୁତ୍ରୀ’’ ରୂପରେ ପୂଜାପାଇବେ ମା’

ଆଜି ଠାରୁ ଆରମ୍ଭ ହେଲା ମା’ ଦୁର୍ଗାଙ୍କର ନବଦିନାତ୍ମକ ନବରାତ୍ରୀ ପୂଜା I ନବରାତ୍ରୀର ୯ ଦିନରେ ତିନି ଦେବୀ- ମହାଲକ୍ଷ୍ମୀ, ମହାସରସ୍ୱତୀ ଓ ଦେବୀ ଦୁର୍ଗାଙ୍କ ନଅ ସ୍ୱରୂପକୁ ପୂଜା କରାଯାଏ । ଏହାଙ୍କୁ ନବଦୁର୍ଗା କୁହାଯାଏ । ଏହି ନବଦୁର୍ଗାଙ୍କର ୯ ରୂପ ନବରାତ୍ରୀରେ ପୂଜା ପାଇଥାନ୍ତି I ନବଦିନାତ୍ମକ ଏହି ପର୍ବର ପ୍ରଥମ ଦିନ ମାତା ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ମାତା ଶୈଳପୁତ୍ରୀ ହେଉଛନ୍ତି ହିମାଳୟଙ୍କର ଝିଅ I ପର୍ବତରାଜ ହିମାଳୟଙ୍କ ଘରେ ପୁତ୍ରୀ ରୂପେ ଆବିର୍ଭାବ ହୋଇଥିବାରୁ ସେ ଶୈଳପୁତ୍ରୀ ନାମରେ ପୂଜିତା । ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା ଦ୍ୱାରା ସୁଖ-ସମୃଦ୍ଧି ପ୍ରାପ୍ତି ହୁଏ । ମା’ଙ୍କ ପୂଜା ଦ୍ୱାରା ବ୍ୟକ୍ତି ଜୀବନରେ ସ୍ଥିରତା ବଜାୟ ରହେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମା’ ଶୈଳପୁତ୍ରୀ ଚନ୍ଦ୍ରମାକୁ ଦର୍ଶାନ୍ତି । ତାଙ୍କ ଉପାସନା ଦ୍ୱାରା ଚନ୍ଦ୍ରର କୁପ୍ରଭାବ ନିଷ୍କ୍ରିୟ ହୋଇଯାଏ । ଶୈଳପୁତ୍ରୀଙ୍କ ମନ୍ତ୍ର ଜପ ଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳେ ବୋଲି ମାନ୍ୟତା ରହିଛି ।

ନବରାତ୍ରୀ ଆରମ୍ଭ ରୁ କଳସ ସ୍ଥାପନା ପରେ ମା’ଶୈଳପୁତ୍ରୀଙ୍କର ପୂଜା କରାଯାଇଥାଏ I ଏହାପରେ ଦୁର୍ଗା ସପ୍ତସତୀ ପାଠ କରାଯାଇଥାଏ I ଧାର୍ମିକ ମାନ୍ୟତା ଅନୁସାରେ କଳସକୁ ଗଣେଶଙ୍କ ସହିତ ତୁଳନା କରାଯାଇଥାଏ I.ସମସ୍ତ ଶୁଭ କାର୍ଯ୍ୟରେ ପ୍ରଥମେ ଅଗ୍ରପୂଜ୍ୟ ଗଜାନନ ଙ୍କୁ ଆବାହନ କରାଯାଇଥାଏ I ନବରାତ୍ରୀ ଆରମ୍ଭ ଦିନରେ ମା’ ଶୈଳପୁତ୍ରୀ ଙ୍କୁ ପୂଜାକରି ଦୁର୍ଗାସପ୍ତଶତୀ ପାଠ ସହିତ ଶୈଳପୁତ୍ରୀ କଥା ଶୁଣିଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ ସହିତ ମା’ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ I

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୈଳପୁତ୍ରୀଙ୍କ ବାହନ ବୃଷଭ ଅଟନ୍ତି I ମା’ଙ୍କର ପ୍ରିୟ ରଙ୍ଗ ହେଉଛି ଧଳା I ପୌରାଣିକ କଥା ଅନୁସାରେ ମା’ଶୈଳପୁତ୍ରୀ ହେଉଛନ୍ତି ମାତା ପାର୍ବତୀଙ୍କର ପରଜନ୍ମ I କଥାନୁସାରେ ଠାରେ ମାତା ପାର୍ବତୀଙ୍କର ପିତା ଦକ୍ଷ ପ୍ରଜାପତି ଏକ ଯଜ୍ଞ ର ଆୟୋଜନ କରୁଥିଲେ I ସେଠାକୁ ମାତା ପାର୍ବତୀଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା I ମାତ୍ର ମାତା ପାର୍ବତୀ ସ୍ୱାମୀଙ୍କୁ ଜିଦ କରି ବାପାଙ୍କ ଘରେ ଯାଇ ପହଂଚିଥିଲେ ଇ ସେଠାରେ ଯାଇ ଦେଖିଲେ ସ୍ୱାମୀ ଶିବଙ୍କ ବ୍ୟତୀତ ଅନ୍ୟ ସମସ୍ତ ଙ୍କୁ ଆମନ୍ତ୍ରଣ କରାଯାଇଛି I ସେଠାରେ ଉପସ୍ଥିତ ଥିବା ଅନ୍ୟ ସମସ୍ତେ ମାତା ପାର୍ବତୀଙ୍କୁ ପରିହାସ କଲେ I ଏହାଦେଖି ମାତା ପାର୍ବତୀ ଅତ୍ୟନ୍ତ ଦୁଃଖିତ ହୋଇ ଯଜ୍ଞ କୁଣ୍ଡରେ ଝାସ ଦେଇଥିଲେ I ମାତାଙ୍କର ଏପରି ଅବସ୍ଥା ହେବା ଜାଣିପାରି ଭଗବାନ ଶିବ ନିଜ ଗଣ ଙ୍କ ସହିତ ପହଂଚି ଯଜ୍ଞସ୍ଥଳୀ କୁ ଧ୍ବଂସ କରିଦେଇଥିଲେ ଇ ଏହାପରେ ପରଜନ୍ମରେ ମାତା ପାର୍ବତୀ ହିମାଳୟଙ୍କ କୋଳରେ ଜନ୍ମ ନେଇଥିବାରୁ ଶୈଳପୁତ୍ରୀ ନାମରେ ପୂଜିତ ହୋଇ ଆସୁଛ

Launching Ceremony of “AYUSHMAN BHARAT

Comments are closed.