ଶ୍ରୀ ବଳଦେବ ଜିଉ ଓ ଶ୍ରୀ ମନ୍ଦିର ଉନ୍ନତିକରଣ ପାଇଁ ୮କୋଟି ୫୦ ଲକ୍ଷ

ସମୟ ଲାଇଭ୍‍,୬/୧୧: ଶ୍ରୀ କେନ୍ଦ୍ରାପଡ଼ା ବଳଦେବ ଜିଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଲୋକସେବା ଭବନରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରାପଡ଼ା ସାଂସଦ, ବିଧାୟକ, ଜିଲ୍ଳାପାଳ, ମନ୍ଦିର ଟ୍ରଷ୍ଟ ଏବଂ ସେବାୟତଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏହାସହ ଆସନ୍ତା ରଥଯାତ୍ରା ପୂର୍ବରୁ କାମଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉ କି, ଗତ ସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ବଳଦେବ ଜିଉ ମନ୍ଦିର ଯାଇଥିବା ସମୟରେ ସେବାୟତ ମନ୍ଦିରର ଉନ୍ନତି କରଣ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ।

Launching Ceremony of “AYUSHMAN BHARAT

Comments are closed.