ଶିଶୁଙ୍କୁ କାହିଁକି ହୋଇଥାଏ ଡ଼ାଇବେଟିସ୍‍, କେମତି କରିବେ ନିରାକରଣ

0

ସମୟ ଲାଇଭ୍‍,୬/୧୧:  ଡ଼ାଇବେଟିସ୍‍ ମୁଖ୍ୟତଃ ୨ ପ୍ରକାରର ହୋଇଥିବାବେଳେ ପିଲାଙ୍କୁ ସାଧାରଣତଃ ପ୍ରଥମ ବର୍ଗର ଡ଼ାଇବେଟିସ୍‍ ହୋଇଥାଏ। ତେବେ ଏହି ଡ଼ାଇବେଟିସ୍‍ ବା ମଧୁମେହ ରୋଗର କାରଣ,ଲକ୍ଷଣ ଓ ନିରାକରଣର ଉପାୟ ବିଷୟରେ ଏକ ସ୍ୱତନ୍ତ୍ର ରିପୋର୍ଟ।

ଡ଼ାଇବେଟିସ୍‍ କାରଣ:
ଅଗ୍ନାଶୟର ବିଟା କୋଷରୁ ଇନସୁଲିନ୍‍ କ୍ଷରଣ ହୋଇ ନଥାଏ। ଯେତିକି ପରିମାଣର ଇନସୁଲିନ୍‍ କ୍ଷରିତ ହୋଇଥାଏ ତାହା ଶରୀରର ଆବଶ୍ୟକତା ପାଇଁ ଯଥେଷ୍ଟ ହୋଇ ନଥାଏ। ଶରୀରରେ ଇନସୁଲିନ୍‍ ଅଭାବରୁ ରକ୍ତରେ ଗ୍ଲୁକୋଜ ପରିମାଣ ବଢ଼ିଯାଇଥାଏ। କିନ୍ତୁ ଏହି ଗ୍ଲୁକୋଜ ଶରରୀର ଜୀବକୋଷରେ ବ୍ୟବହୃତ ହୋଇପାରେ ନାହିଁ ଏବଂ ଏହା ଡ଼ାଇବେଟିସ୍‍ର କାରଣ ପାଲଟିଥାଏ। ସାଧାରଣତଃ ଝାଡ଼ା, ଜ୍ୱର ଆଦି ଅସୁସ୍ଥତାରୁ ଏହି ରୋଗ ଆରମ୍ଭ ହୋଇଥାଏ।

ଡ଼ାଇବେଟିସର ଲକ୍ଷଣ:
ଡ଼ାଇବେଟିସ ହେବା ଫଳରେ ବାରମ୍ବାର ପରିସ୍ରା ହୁଏ।
ମାତ୍ରାଧିକ ଶୋଷ ହୁଏ।
ଅତ୍ୟଧିକ ଭୋକ ମଧ୍ୟ ହୋଇଥାଏ।
ପିଲାଙ୍କ ଠାରେ ପ୍ରାୟ ୨ ରୁ ୬ ସପ୍ତାହ ଏହି ଲକ୍ଷଣ ଦେଖାଯାଏ।

କ’ଣ କ୍ଷତି କରିଥାଏ ଡ଼ାଇବେଟିସ୍‍:
ଡ଼ାଇବେଟିସ୍‍ ହେବାଫଳରେ ଶିଶୁର ଶୈଶବ ଓ କିଶୋରବସ୍ଥା ପ୍ରଭାବିତ ହୋଇଥାଏ। ଡ଼ାଇବେଟିସ୍‍ ହେଲେ ଥାଇରଏଡ଼୍‍ କାର୍ୟ୍ୟ ଦକ୍ଷତା କମିବାର ସମ୍ଭାବନା ରହିଥାଏ। ଫଳରେ ଶିଶୁର ସାମାଜିକ, ଶାରୀରିକ ଓ ସାଂସ୍କୃତିକ ଜୀବନଧାରାକୁ ପ୍ରଭାବିତ କରିଥାଏ। ବୟସ ଅନୁସାରେ ଉଚ୍ଚତା, ଓଜନ ଓ ଯୌନାଙ୍ଗ ଅଭିବୃଦ୍ଧିରେ ବ୍ୟତିକ୍ରମ ଦେଖାଦେଇଥାଏ।

ଡ଼ାଇବେଟିସ୍‍ ଚିକିତ୍ସା :
ରକ୍ତରେ ଗ୍ଲୁକୋଜ ସ୍ତରକୁ ସ୍ୱାଭାବିକ ରଖିବାକୁ ଚେଷ୍ଟା କରାଯିବା ଉଚିତ୍‍।
ବିଚଳିତ ନହୋଇ ଶିଶୁର କିପରି ଫଳପ୍ରଦ ଚିକିତ୍ସା କରାଯାଇପାରିବ ସେନେଇ ଗୁରୁତ୍ୱ ଦେବା ଉଚିତ୍‍। ଡ଼ାଇବେଟିସ୍‍ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଶିଶୁର ଜୀବନଶୈଳୀ, ପରିଶ୍ରମ ଅନୁଯାୟୀ ଖାଦ୍ୟ ଔଷଧ ସେବନ ତଥା ଇନସୁଲିନ୍‍ ଗ୍ରହଣ ଉପରେ ଧ୍ୟାନ ଦେବା ଉଚିତ୍‍।

Leave A Reply

Your email address will not be published.