ନାସାର ପରୀକ୍ଷଣ ହେଲା ସଫଳ: ପୃଥିବୀ ଆଡ଼କୁ କ୍ଷୁଦ୍ରଗ୍ରହ ମାଡ଼ର ଆଉ ନାହିଁ ଭୟ

ଦିଲ୍ଲୀ: ଆମେରିକାର ସ୍ପେସ୍‌ ଏଜେନ୍‌ସି ନାସା ଆଜି ମହାକାଶରେ ଏକ ବିରାଟ ପରୀକ୍ଷଣ ସଫଳ କରି ଇତିହାସ ରଚିଛି । ଏହି ପରୀକ୍ଷଣ ଦ୍ୱାରା ଭବିଷ୍ୟତରେ ପୃଥିବୀ ଆଡ଼କୁ ଆଉ କୌଣସି ଆଷ୍ଟେରଏଡ୍‌ ବା କ୍ଷୁଦ୍ରଗ୍ରହ ମାଡ଼ର ଭୟ ରହିବ ନାହିଁ । ନାସା ଦ୍ୱାରା ପ୍ରସ୍ତୁତ ‘ଡାର୍ଟ’ ସ୍ପେସ୍‌କ୍ରାଫ୍‌ଟ କ୍ଷୁଦ୍ରଗ୍ରହ ସହିତ ମୁକାବିଲା କରିଛି । ଘଣ୍ଟା ପ୍ରତି ୨୪ କିଲୋମିଟର ବେଗରେ କ୍ଷୁଦ୍ରଗ୍ରହ ସହ ଧକା ହୋଇ, ତାହାକୁ ନଷ୍ଟ କରିଛି ନାସାର ଡାର୍ଟ ସ୍ପେସକ୍ରାଫ୍‌ଟ ।

ନାସାର ପରୀକ୍ଷଣ ହେଲା ସଫଳ: ପୃଥିବୀ ଆଡ଼କୁ କ୍ଷୁଦ୍ରଗ୍ରହ ମାଡ଼ର ଆଉ ନାହିଁ ଭୟ
ସୂଚନା ଅନୁସାରେ, ମହାକାଶଯାନ ଆଜି (ଭାରତୀୟ ସମୟ ମଙ୍ଗଳବାର ଦିନ ୪.୪୫ ରେ) ଆକାଶ ପଥର ଡିମୋରଫୋସ୍‌ ନାମକ ଏକ କ୍ଷୁଦ୍ରଗ୍ରହ ସହିତ ମୁହାଁମୁହିଁ ହୋଇଛି ଡାର୍ଟ । ଏହି ସମୟ ମଧ୍ୟରେ ନାସାର ମହାକାଶଯାନର ଗତି ପ୍ରତି ସେକେଣ୍ଡରେ ୬.୬ କିଲୋମିଟର ରହିଥିଲା । ନାସା ଅନୁଯାୟୀ, ୩୩୦ ନିୟୁତ ଡଲାରରେ ପ୍ରସ୍ତୁତ ଏହି ଡାର୍ଟ ସ୍ପେସ୍‌କ୍ରାଫ୍‌ଟଟି ଭାରତ ମହାସାଗରରେ ୧୧ କିଲୋମିଟର କିମ୍ବା ୧୦ ନିୟୁତ କିଲୋମିଟର ମହାକାଶରେ ଥିବା କ୍ଷୁଦ୍ରଗ୍ରହ ଡିମୋରଫୋସ ସହିତ ମୁହାଁମୁହିଁ ହୋଇଛି । ନାସାର ଏହି ସଫଳ ପରୀକ୍ଷଣ ପରେ ଭବିଷ୍ୟତରେ ପୃଥିବୀ ଆଡ଼କୁ ମାଡ଼ିଆସୁଥିବା କ୍ଷୁଦ୍ରଗ୍ରହ ମାଡ଼ର ଆଉ ଭୟ ରହିବ ନାହିଁ ।

Govt

Comments are closed.