ମହାକାଶ ଗବେଷଣାରେ ନାସାର ସ୍ଥାନ ସବୁଠାରୁ ଆଗରେ । ଏହାର ପ୍ରକଳ୍ପକୁ ନେଇ ସବୁବେଳେ ଚର୍ଚ୍ଚା ଜାରି ରହିଥାଏ । ନିକଟରେ ନାସା ତାର ସମସ୍ତ ପ୍ରକଳ୍ପକୁ ସ୍ଥଗିତ ରଖିବା ପରେ ସମସ୍ତେ ଦ୍ବନ୍ଦ୍ବରେ ପଡିଛନ୍ତି । କଣ ହେବ ନାସାର ଭବିଷ୍ୟତ ।
ଆମେରିକାର ମହାକାଶ ସଂସ୍ଥା ନାସା ମହାକାଶ ବିଜ୍ଞାନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ଏହି ସଂସ୍ଥା ଦ୍ବାରା ପ୍ରତିବର୍ଷ ବିଭିନ୍ନ ପ୍ରକଳ୍ପ ଜରିଆରେ ଭିନ୍ନଭିନ୍ନ ମହାକାଶ ପରୀକ୍ଷଣ କରାଯାଇଥାଏ । ତେବେ ନିକଟରେ ନାସା ତାର ସମସ୍ତ ପ୍ରକଳ୍ପକୁ ସ୍ଥଗିତ ରଖିଛି । ଏହାର କାରଣ ଭାବେ ଅର୍ଥାଭାବକୁ ଦର୍ଶା ଯାଇଛି । ସରକାରୀ ସ୍ତରରେ ପ୍ରକଳ୍ପ ପାଇଁ ଫଣ୍ଡିଂ ଦିଆଯାଇ ନଥିବାରୁ ସଂସ୍ଥା ଏଭଳି ନିଷ୍ପତ୍ତି ନେଇଥିବା ଦର୍ଶାଇଛି । ତେବେ କିଛି ଜରୁରୀକାଳୀନ ପ୍ରକଳ୍ପ ଏବେ ମଧ୍ୟ କାର୍ଯ୍ୟକ୍ଷମ ଅଛି । ୨୦୨୫ ଅକ୍ଟୋବର ୧ ତାରିଖରେ ଆମେରିକା ସରକାର ଏକ ବଜେଟ୍ ବିଲ ପାସ କରିବାରେ ଅସମର୍ଥ ହୋଇଥିଲେ । ଯାହାଫଳରେ ନାସାକୁ ତାର ସମସ୍ତ ପ୍ରକଳ୍ପ କାମ ବନ୍ଦ କରିବାକୁ ପଡିଥିଲା । ତେବେ ଦୀର୍ଘ ୬ ବର୍ଷ ପରେ ଏପରି ସ୍ଥିତି ନାସା ପୁଣି ଦେଖିଛି । ଏହାପୂର୍ବରୁ ମଧ୍ୟ ଥରେ ନାସା ତାର ସମସ୍ତ ପ୍ରକଳ୍ପକୁ ସ୍ଥଗିତ ରଖିଥିଲା । ଏହି କାରଣରୁ ବର୍ତ୍ତମାନ ଅନେକ ନାସା କର୍ମଚାରୀଙ୍କୁ ଛୁଟିରେ ରହିବାକୁ ମଧ୍ୟ ପଡିଛି । କେବଳ ଜରୁରୀକାଳୀନ ପ୍ରକଳ୍ପ ପାଇଁ ଯେତିକି ଆବଶ୍ୟକ ଷ୍ଟାଫ ସେତିକିଙ୍କୁ ଧରି ନାସା କାର୍ଯ୍ୟ କରୁଛି । ସେହିଭଳି ଏହାର ପ୍ରଭାବ ନାସାର ଆଗାମୀ ପ୍ରକଳ୍ପ ଉପରେ ମଧ୍ୟ ପଡିଛି । ଏହାର ପ୍ରଭାବରେ କିଛି ପ୍ରକଳ୍ପର ଆରମ୍ଭରେ ଡେରି ହେବ ବୋଲି ସୂଚନା ମିଳିଛି । ସେହିଭଳି ନାସା ଓ ନାସାର ପ୍ରକଳ୍ପ ସହିତ ଜଡିତ ଅନ୍ୟ ବିଭିନ୍ନ ଲୋକ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ଅନେକ ଥର ନାସାକୁ ଏଭଳି ସମସ୍ୟା ଦେଖିବାକୁ ପଡିଛି । ସୂଚନା ଅନୁସାରେ ୨୦୧୩, ୨୦୧୮ ଓ ୨୦୧୯ରେ ନାସାର ଗବେଷଣା, ଶିକ୍ଷଣୀୟ ପ୍ରକଳ୍ପ, ଏକାଧିକ ମିସନ ବନ୍ଦ ହୋଇଥିଲା । ଏହାଦ୍ବାରା ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ପାଇଁ ଏକ ଅନିଶ୍ଚିତତା ସୃଷ୍ଟି କରିଥିଲା । ଏହାର ପ୍ରଭାବ ଆନ୍ତର୍ଜାତିକ ଗଟବନ୍ଧନ ଉପରେ ମଧ୍ୟ ପଡିଥିଲା । ନାସା ଉପରେ ନିର୍ଭର କରୁଥିବା ଅନେକ ସଂସ୍ଥା ଏଥିପାଇଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । କର୍ମଚାରୀଙ୍କ କ୍ୟାରିୟର ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ଦେଖିବାକୁ ମିଳିଥିଲା ।
ନାସା
ନାସା ବା ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ ଆମେରିକାର ଏକ ସ୍ୱତନ୍ତ୍ର ଏଜେନ୍ସି ଅଟେ ଯାହା ଅନ୍ତରୀକ୍ଷ ଅନ୍ୱେଶଣ ଏବଂ ଏରୋନଟିକ୍ସ, ବୀମାନର ସଞ୍ଚାଳନ ଓ ଡିଜାଇନିଙ୍ଗ ସମ୍ବନ୍ଧିତ କ୍ଷେତ୍ରରେ କାର୍ଯ୍ୟ କରିଥାଏ । ନାସାର ଅନେକ ସଫଳ ମିଶନ ରହିଛି ଯାହା ସବୁବେଳେ ଅନ୍ୟ ସ୍ପେସ ଏଜେନ୍ସିକୁ ପ୍ରେରିତ କରିଥାଏ । ଉଦାହରଣ: ଆଇଏସେସ ଓ ଆପୋଲ ୧୧, ଯିଏ ୧୯୬୯ ମସିହାରେ ଚନ୍ଦ୍ରମାରେ ପ୍ରଥମ ମଣିଷ ରଖିଥିଲା । ନାସାକୁ ୨୯ ଜୁଲାଇ, ୧୯୫୮ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏନଏସିଏ ଏକ ଆମେରିକା ସଂଘୀୟ ଏଜେନ୍ସି ଥିଲା ଯାହାର ସ୍ଥାପନ ୩ ମାର୍ଚ୍ଚ, ୧୯୧୫ ମସିହାରେ ବୀମାନ ଅନୁସନ୍ଧାନକୁ ଆରମ୍ଭ କରିବା ଓ ସଂସ୍ଥାଗତ ତିଆରି କରିବା ପାଇଁ କରାଯାଇଥିଲା । ୧ ଅକ୍ଟୋବର ୧୯୫୮ ମସିହାରେ ଏଜେନ୍ସିକୁ ଭାଙ୍ଗି ଦିଆଯାଇଥିଲା । ଏହାର ସମ୍ପତି ଓ କର୍ମୀମାନଙ୍କୁ ନୂତନ ତିଆରି ହୋଇଥିବା ନ୍ୟାସନାଲ ଏରୋନାଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ (NASA)ରେ ସ୍ଥାନାନ୍ତରିତ କରିଦିଆ ଯାଇଥିଲା । ଅନ୍ତରୀକ୍ଷ ଦୌଡରେ ସୋବିଏତ ସଂଘ ସହିତ ପ୍ରତିସ୍ପର୍ଦ୍ଧା କରିବା ପାଇଁ ନାସାର ସ୍ଥାପନା କରାଯାଇଥିଲା । ୧୯୫୦ ଓ ୧୯୬୦ ଦଶକରେ ଆମେରିକା ଓ ସୋବିଏତ ସଂଘ ମଧ୍ୟରେ ଏକ ଅନ୍ତରୀକ୍ଷ ଦୌଡ ଥିଲା । ଅକ୍ଟୋବର ୧୯୫୭ ମସିହାରେ ସୋବିଏତ ପ୍ରଥମ ଥର ସ୍ପୁଟନିକ-୧କୁ ଲଞ୍ଚ କରିଥିଲା, ଯାହା ଆମେରିକାକୁ ଚିନ୍ତିତ ଥିଲା । ଏହାପରେ ନାସାର ସ୍ଥାପନ ହୋଇଥିଲା ଯାହା ଆମେରିକାକୁ ମହାକାଶ ଗବେଷଣା କ୍ଷେତ୍ରରେ ଖୁବ ଆଗକୁ ନେଇଥିଲା । ନାସାଦ୍ୱାରା ଜାରି ହୋଇଥିବା ଏକାଧିକ ଅଭିଜାନରେ ମଙ୍ଗଳ, ଶନି ଓ ପ୍ଲୁଟୋ ସମ୍ବନ୍ଧିତ ମିଶନ ଶାମିଲ ରହିଛି । ଆଗକୁ ଏଥିରେ ବୃହସ୍ପତିର ମିଶନ ସହିତ ଆହୁରି ଅନେକ ମିଶନକୁ ସାମିଲ କରିବା ପାଇଁ ଯୋଜନା ରହିଛି । ମହାକାଶ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ନାସ ଅନେକ ଅଗ୍ରଗତି କରିଥିବା ବେଳେ ଆଗକୁ ଆହୁରି ଅନେକ କାର୍ଯ୍ୟ କରିବାନେଇ ଯୋଜନା ରହିଛି । ନାସାର “ନିୟୁ ହରିଜନ୍ସ” ଅନ୍ତରିକ୍ଷ ଜାନ ଫେବୃଆରୀ ୨୦୦୭ ମସିହାରେ ବୃହସ୍ପତିକୁ ଉଡାଣ ଭରିଥିଲା । ସେହିଭଳି ୧୪ ଜୁଲାଇ ୨୦୧୫ ମସିହାରେ ପ୍ଲୁଟୋଦ୍ୱାରା ଉଡାଣ ଭରିଥିବା ନାସା ଗ୍ରହର ଧରାପୃଷ୍ଠରେ ଉଚ୍ଚ ସଂକଳ୍ପର ଚିତ୍ର ନେଇଥିଲା ଓ ତାହାର ବାୟୁମଣ୍ଡଳର ରସାୟନିକ ଗୁଣର ବିଶ୍ଳେଷଣ କରିଥିଲା । ନାସା ୨୦୦୪ ମସିହାରେ ଘୋଷଣା କରିଥିଲା ଯେ, ତାହା ୨୦୨୦ ପର୍ଯ୍ୟନ୍ତ ଏକ ସ୍ଥାୟୀ ମୁନ ବେସ ତିଆରି କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଅନ୍ୟ ଗବେଷଣା ମଧ୍ୟରେ ୨୦୩୭ ପର୍ଯ୍ୟନ୍ତ ମଙ୍ଗଳ ଗ୍ରହରେ ଏକ ବ୍ୟକ୍ତିକୁ ରଖାଯିବା ଗବେଷଣା ଖୁବ ଚର୍ଚ୍ଚିତ ।
