ଆସନ୍ତା କାଲିଠାରୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍‌ ଏବଂ ଆରମ୍ଭ ହେବ ରୋପ୍‌ େୱ

ଭୁବନେଶ୍ୱର : ଅକ୍‌ଟୋବର ୦୭: ପ୍ରାୟ ୭ ବର୍ଷ ପରେ ନନ୍ଦନକାନନର ଟ୍ରାକରେ ଗଡ଼ିବ ଟଏ ଟ୍ରେନ୍‌ । ଇଞ୍ଜିନ ଓ ଟ୍ରାକ୍‌ ରକ୍ଷଣାବେକ୍ଷଣ ଖର୍ଚ୍ଚ ବଢ଼ିଯିବାରୁ ୨୦୧୪ ପରଠାରୁ ଏହି ସଫାରୀ ବନ୍ଦ ପଡ଼ିଥିଲା । ଆସନ୍ତା କାଲିଠାରୁ ପର୍ଯ୍ୟଟକ ଏହି ସଫାରୀର ସୁବିଧାର ମଜା ନେଇପାରିବେ । ଜୀବଜ;ୁଙ୍କ ଗହଣରେ ପର୍ଯ୍ୟଟକ ଯେପରି ମଜା ନେଇପାରିବେ, ଏଥିପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇସାରିଲାଣି ବୋଲି ଖବର ମିଳିଛି ।

ଆସନ୍ତା କାଲିଠାରୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍‌ ଏବଂ ଆରମ୍ଭ ହେବ ରୋପ୍‌ େୱ

ସୂଚନା ଅନୁସାରେ, ଏମ୍‌ସିଏଲ୍‌ର ଆର୍ଥିକ ସହାୟତାରେ ନନ୍ଦନକାନନ ଭିତରେ ୧.୨ କିଲୋମିଟରର ଟ୍ରାକ୍‌ ତିଆରି ହୋଇଛି । ଏଥିରେ ଅତ୍ୟାଧୁନିକ ବୁଲେଟ୍‌ ଟଏ ଟ୍ରେନ୍‌ ଓ ଷ୍ଟେସନର ମଧ୍ୟ ନିର୍ମାଣ ହୋଇଛି । ଟଏ ଟ୍ରେନରେ ରହିଛି ୪ ଟି କୋଚ୍‌ । ପ୍ରତି ଟ୍ରିପରେ ୨ ଜଣ ଦିବ୍ୟାଙ୍ଗ ସମେତ ମୋଟ ୭୨ ଜଣ ଯାତ୍ରୀ ଟ୍ରେନରେ ବସି ଜୀବଜ;ୁ ଦେଖିପାରିବେ । ସକାଳ ୯ରୁ ଅପରାହ୍ନ ୫ଟା ମଧ୍ୟରେ ପ୍ରତିଦିନ ଏହା ୧୨ଟି ଟ୍ରିପ୍ରେ ଚାଲିବ । ପାଖାପାଖି ୭ଶହ ପର୍ଯ୍ୟଟକଙ୍କୁ ଟ୍ରେନ୍‌ ସଫାରୀର ମଜା ଉଠାଇପାରିବେ ।

ଆସନ୍ତା କାଲିଠାରୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍‌ ଏବଂ ଆରମ୍ଭ ହେବ ରୋପ୍‌ େୱ

ଅନ୍ୟପକ୍ଷେ, ଆସନ୍ତା କାଲିଠାରୁ ନନ୍ଦନକାନନରେ ନୂଆ ରୋପ୍‌ େୱ ଆରମ୍ଭ ହେବାକୁ ଯାଉଛି । ୧୮ ମାସ ପରେ ପର୍ଯ୍ୟଟକ ଏହାର ଅନୁଭୂତି ନେଇପାରିବେ । ୧୩ କୋଟି ଟଙ୍କା ବ୍ୟୟରେ ପିପିପି ମୋଡରେ ର୍ନିମାଣ ହେବାକୁ ଥିବା ରୋପ୍‌ େୱର ମୁଖ୍ୟ ଷ୍ଟେସନ୍‌ ଟଏ ଟ୍ରେନ୍‌ ଓ ବୋଟ୍‌ ଘାଟ ମଝିରେ ରହିବ ।

ଆସନ୍ତା କାଲିଠାରୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍‌ ଏବଂ ଆରମ୍ଭ ହେବ ରୋପ୍‌ େୱ

ବଟାନିକାଲି ପାର୍କ ପାଖରେ ରହିବ ଦ୍ୱିତୀୟ ଷ୍ଟେସନ । ଯାତ୍ରୀମାନେ କାଞ୍ଜିଆ ହ ୍ରଦ ଉପର ଦେଇ ବଟାନିକାଲ ଗାର୍ଡେନକୁ ସୁବିଧାରେ ଯାଇପାରିବେ । ଖବର ଅନୁସାରେ, ପ୍ରାରମ୍ଭିକ ଭାବେ ରୋପ୍‌ େୱ ଟିକେଟ୍‌ ମୂଲ୍ୟ ୯୫ ଟଙ୍କା ରହିବ ।

ଆସନ୍ତା କାଲିଠାରୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍‌ ଏବଂ ଆରମ୍ଭ ହେବ ରୋପ୍‌ େୱ

 

Govt

Comments are closed.