ନନ୍ଦନକ।ନନ ପ୍ରାଣୀଉଦ୍ୟାନର ୬୨ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଡିସେମ୍ବର ୨୯: ଆଜି ନନ୍ଦନକ।ନନ ପ୍ରାଣୀ ଉଦ୍ୟାନ ୬୨ ତମ ପ୍ରତିଷ୍ଠା ଦିବସ।ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାର ଅଛି ବୋଲି କହିଛନ୍ତି ନନ୍ଦନକାନନର କତ୍ତୃପକ୍ଷ। ତେବେ ଚଳିତ ବର୍ଷ ଧଳା ବାଘୁଣୀ ବିଜୟା ଗର୍ଭରୁ ଜନ୍ମିତ ୩ ବାଘ ଛୁଆ ଓ ବାଘୁଣୀ ମେଘା ଜନ୍ମ ଦେଇଥିବା ୩ଟି ଶାବକଙ୍କ ନାମକରଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ନାମକରଣ ପାଇଁ ଅନଲାଇନରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ କମେଣ୍ଟ ବକ୍ସରେ ଆସିଥିବା ନାମର ସଜେସନ ହିସାବରେ ଏମାନଙ୍କର ନାମକରଣ କରାଯିବ।

୬୨ ତମ ପ୍ରତିଷ୍ଠ। ଦିବସରେ ଉପନିତ ହୋଇଥିଲେ ମଧ୍ୟ ବହୁ ଘାତ ପ୍ରତିଘାତ ଦେଇ ଗତି କରିଛି ନନ୍ଦନକାନନା ଏହାରି ମଧ୍ୟରେ ବହୁ ବିରଳ ପ୍ରଜାତିର ପଶୁ, ପକ୍ଷୀ ବିଲୀନ ହୋଇଛିନ୍ତି। ତେବେ ଏହାରି ମଧ୍ୟରେ ବହୁ ଅସୁବିଧାର ସହ ମଧ୍ୟ ଆଗକୁ ବଢିଛି ପ୍ରାଣୀ ଉଦ୍ୟାନ। ତେବେ ଆଜି ଏହାର ପ୍ରତିଷ୍ଠା ଉତ୍ସବରେ ଏ ନେଇ ବହୁ କାର୍ଯ୍ୟକ୍ରମ ଓ ନୂଆ ଉପାୟ ମଧ୍ୟ ଅବଲମ୍ବନ କରାଯିବା ନେଇ ସୂଚନା ଦେଇଛନ୍ତି ପ୍ରାଣୀ ଉଦ୍ୟାନ କତ୍ତୃପକ୍ଷ।

Govt

Comments are closed.