ବେଙ୍ଗାଲୁରୁ: ଅପ୍ରେଲ୨୮: ଭାରତର ଦ୍ବିତୀୟ ବୃହତ୍ତମ ଆଇଟି କମ୍ପାନୀ ଇନଫୋସିସ୍ ଗତ ସପ୍ତାହରେ ୨୦୨୨ ଆର୍ଥିକ ବର୍ଷ ପାଇଁ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଚତୁର୍ଥ ତ୍ରୈମାସିକ ଫଳାଫଳ ଘୋଷଣା କରିଛି । ସାଇଟ୍ସଇନପ୍ଲସର ରିପୋର୍ଟ ଅନୁସାରେ କମ୍ପାନୀ କହିଛି ଯେ, ଆର୍ଥିକ ବର୍ଷ ୨୦୨୨ରେ ଅଫ୍ କ୍ୟାମ୍ପସ୍ ଏବଂ ଅନ୍-କ୍ୟାମ୍ପସରେ ୮୫,୦୦୦ ଫ୍ରେସରଙ୍କୁ ନିଯୁକ୍ତ ମିଳିଛି । ଡିସେମ୍ବର ୨୦୨୧ ତ୍ରୈମାସିକ ମଧ୍ୟରେ ମୋଟ୍ ହେଡକାଉଣ୍ଟ୍ ୩,୯,୦୧୫ରୁ ୨,୯୨,୦୬୭ ରହିଥିଲା । ବେଙ୍ଗାଲୁରୁ ସ୍ଥିତ ଆଇଟି ପ୍ରମୁଖ କହିଛନ୍ତି ଯେ ମାର୍ଚ୍ଚ ତ୍ରୈମାସିକରେ ଚାକିରୀ ଛାଡିବା ଦର ୨୭.୭%ରେ ପହଞ୍ଚିଛି । ଯାହା ଡିସେମ୍ବର ତ୍ରୈମାସିକରେ ୨୫.୫% ରହିଥିଲା । ଏଥିରୁ ଜଣାପଡୁଛି ଯେ, ଜାନୁଆରୀରୁ ମାର୍ଚ୍ଚ ୨୦୨୨ ତ୍ରୈମାସିକରେ ୮୦,୦୦୦ରୁ ଅଧିକ କର୍ମଚାରୀ କମ୍ପାନୀରୁ ଇସ୍ତଫା ଦେଇଛନ୍ତି । ତେବେ ଏପରି କରିବା ଦ୍ୱାରା ଏହି କମ୍ପାନୀରୁ ଚାକିରୀ ଛାଡିଥିବା ବ୍ୟକ୍ତିଙ୍କ ହାର ସର୍ବ ପ୍ରଥମ ହୋଇଛି।

Comments are closed.