ଶୀତଦିନେ ଏହି ଉପାୟରେ ଘଉଡ଼ାନ୍ତୁ ମଶା

ସମୟ ଲାଇଭ୍‍,୨୩/୧୦: ଶୀତ ଋତୁରେ ମଶାଙ୍କ ସଂଖ୍ୟା ବଢ଼ିବା ସହ ପାର୍ଦୁଭାବ ମଧ୍ୟ ବଢ଼ିଥାଏ। ମଶାଜନିତ ବିଭିନ୍ନ ରୋଗ ମ୍ୟାଲେରିଆ,ବାତଜ୍ୱର ଆଦି ହେବାର ଆଶଙ୍କା ରହିଥାଏ। ତେବେ ଜାଣନ୍ତୁ ଘରୁ ମଶା ଦୂରେଇବାର କେତୋଟି ସରଳ ଉପାୟ …….    
ପୂଜା ପାଇଁ ବ୍ୟବହୃତ ହେଉଥିବା କର୍ପୂରକୁ ନିୟମିତ ସକାଳ-ସନ୍ଧ୍ୟାରେ ଲଗାଇବା ସହ ଘରର ପ୍ରତ୍ୟେକ କକ୍ଷରେ ବୁଲାନ୍ତୁ। ଏହାର ବାସ୍ନାରେ ଘରୁ ମଶା ଦୂର କରିବା ସହ ବିଭିନ୍ନ ରୋଗ ଦୂର କରିଥାଏ।
ତୁଳସୀର ଔଷଧୀୟ ଗୁଣ ମଶାଙ୍କ ଠାରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ଘରର ବାଲ୍କୋନିରେ ତୁଳସୀ ଗଛ ଲଗାଇଲେ ଘରେ ମଶାଙ୍କ ପରିମାଣ କମିଥାଏ।ଆଜିକାଲି ବଜାରରେ ସହଜରେ ଉପଲବ୍ଧ ହେଉଥିବା ଲାଭେଣ୍ଡର, ନୀଳଗିରି, ଲେମନ୍ଗ୍ରାସ୍ ତେଲକୁ ମଶା ମାରିବାରେ ବ୍ୟବହାର କରିପାରିବା। ଏସବୁକୁ ପାଣିରେ ସ୍ପ୍ରେୟର୍ ବୋତଲରେ ଭର୍ତ୍ତି କରି ଘରର କୋଣ ଅନୁକୋଣରେ ପ୍ରୟୋଗ କରନ୍ତୁ। ଭଲ ବାସ୍ନା ହେବା ସହ ଘରୁ ମଶା ପଳାଇଯାଇଥା’ନ୍ତି।
ଶୀତଦିନେ ପଙ୍ଖା ବନ୍ଦ ରହୁଥିବା ରୁ ଅଧିକମାତ୍ରାରେ ମଶା କାମୁଡ଼ିଥା’ନ୍ତି। ଭିନେଗାରକୁ ଏକ ପାତ୍ର ଭର୍ତ୍ତି ପାଣିରେ ମିଶାଇ ରଖନ୍ତୁ। ମଶାକୁ ଭିନେଗାରର ବାସ୍ନା ଖୁବ ଆକର୍ଷିତ କରେ। ସେହି ପାଣିରେ ବୁଡି ମଧ୍ୟ ମଶା ମରିଯାଇଥା’ନ୍ତି।

Launching Ceremony of “AYUSHMAN BHARAT

Comments are closed.