ରତ୍ନ ସିଂହାସନ କାନ୍ଥରେ ଫିମ୍ପି ! 

ଶ୍ରୀମନ୍ଦିରର ଗର୍ଭଭୃହ ଏବେ ବିପଦରେ

0
ସମୟ ଲାଇଭ,୨୩/୧୦: ଉପଯୁ୍କ୍ତ ସଂରକ୍ଷଣର ଅଭାବରୁ ଶ୍ରୀମନ୍ଦିରର ଗର୍ଭଭୃହ ଏବେ ବିପଦରେ । ରତ୍ନ ସିଂହାସନ ପଛପଟ କାନ୍ଥରେ ଧଳା ରଙ୍ଗର ଫିମ୍ପି ସଦୃଶ ବହଳ ମାଡିଗଲାଣି ବୋଲି ଗତ ଜୁଲାଇ ମାସରେ ଜାଞ୍ଚବେଳେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ପ୍ରଶାସନ,ପୁର୍ତ୍ତ ବିଭାଗ,ଏ.ଏସ.ଆଇର ସଦସ୍ୟମାନେ ଭର୍ଗଗୃହର ଚଟାଣ,ଫାଷ୍ଟ ଫ୍ଲୋର ଓ ଜଗମୋହନ,ବେହରଣ ଦ୍ୱାର ଏବଂ ନାଟମଣ୍ଡବ ଜାଞ୍ଚ କରିଥିଲେ । ଗର୍ଭଗୃର ଭିତର କାନ୍ଥ ଓଦାଳିଆ ରହିବା ସହିତ ଏକ ମିଟର ଉଚ୍ଚା ଯାଏ ମୋଟା ଆସ୍ତରଣ ମାଡି ଗଲାଣି । ଏବଂ ଗର୍ଭଗୃହର ନଳା ମଧ୍ୟରେ ଜଳ ନିଷ୍କାସନ ହୋଇପାରୁନଥିବାରୁ ବର୍ଷସାରା ପାଣି ରହୁଛି । ଯଥାଶୀଘ୍ର ଏହି ସବୁ ସମସ୍ୟାର ସମାଧାନ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.