ୟୁକ୍ରେନ୍‌ର ବିଶାଳ ମିଲିଟାରୀ ବେସ୍‌ ଉପରେ ଆକ୍ରମଣ: ୭୦ରୁ ଅଧିକ ୟୁକ୍ରେନ୍‌ ସେନା ନିହତ

କିଭ୍‌: ମାର୍ଚ୍ଚ ୦୧: ୟୁକ୍ରେନ୍‌ର ରାଜଧାନୀକୁ କିଭ୍‌କୁ କବଜା କରିବା ପାଇଁ ଋଷ୍‌ ନିଜ ଶତଚେଷ୍ଟା ଚଲାଇଛି । କିଭ୍‌କୁ ଚାରିଆଡ଼ୁ ଘେରି ଯିବା ପରେ ଏବେ ଋଷ ୟୁକ୍ରେନ୍‌ର ସବୁଠାରୁ ବିଶାଳ ମିଲିଟାରୀ ବେସ୍‌କୁ ଟାର୍ଗେଟ୍‌ କରି ଆକ୍ରମଣ କରିଛି । ଏଥିରେ ପ୍ରାୟ ୭୦ ହଜାରରୁ ଅଧିକ ସେନା ନିହତ ହୋଇଛନ୍ତି ବୋଲି ସୂଚନା ମିଳଛି ।

ୟୁକ୍ରେନ୍‌ ସୂଚନା ଅନୁସାରେ, କିଭ୍‌ ଓ ଖର୍କିଭ୍‌ ମଧ୍ୟରେ ଥିବା ଓଖ୍‌ଟିର୍କା ସହରଠାରେ ୟୁକ୍ରେନ୍‌ର ସବୁଠୁ ବିଶାଳ ମିଲିଟାରୀ ବେସ୍‌ ରହିଥିଲା । ଋଷ ସେନା ସେଠାରେ ଲଗାତାର ବୋମା ମାଡ଼ କରିବା ସହିତ ତୋପରେ ଆକ୍ରମଣ କରିଥିଲା ।

ୟୁକ୍ରେନ୍‌ର ବିଶାଳ ମିଲିଟାରୀ ବେସ୍‌ ଉପରେ ଆକ୍ରମଣ: ୭୦ରୁ ଅଧିକ ୟୁକ୍ରେନ୍‌ ସେନା ନିହତ

ଅନ୍ୟପକ୍ଷରେ , ୟୁକ୍ରେନ୍‌ ମଧ୍ୟ ଋଷର ଦୁଇଟି ଫାଇଟର ଜେଟ୍‌ ଗୁଳି କରି ଖସାଇ ଦେଇଥିବା ପ୍ରକାଶ କରିଛି । ଭାସିଲକିଭ୍‌ ନିକଟରେ ଥିବା ଏୟାର ଡିଫେନ୍‌ସ ସିଷ୍ଟମ୍‌ ଏହି ଅପରେସନ କରି ୟୁକ୍ରେନ୍‌ ଋଷର ଯୁଦ୍ଧ ବିମାନ ସୁଖୋଇ-୩୫ ଏବଂ ସୁଖୋଇ-୩୦କୁ ଖସାଇ ଦେଇଛି । ସେପଟେ କିଭର ୪୦ ମାଇଲ ପର୍ଯ୍ୟନ୍ତ ଘେରି ରହିଛନ୍ତି ଋଷ ସେନା । ଯାହା ଏପର୍ଯ୍ୟନ୍ତ ରୁଷ ପଠାଇଥିବା ସେନା ଛାଉଣୀ ତୁଳନାରେ ସବୁଠାରୁ ବଡ ତଥା ୩ ଗୁଣା ଅଧିକ ବୋଲି ସୂଚନା ମିଳିଛି ।

ଋଷର ଏହି ଅମାନବୀୟ ଆକ୍ରମଣକୁ ସମଗ୍ର ୟୁରୋପୀୟ ଦେଶ ନିନ୍ଦା କରିଛନ୍ତି । ଏହାସହିତ ଆମେରିକ, ସ୍ୱିଡେନ୍‌, ଜାପାନ, କାନାଡା ସମେତ ଅନ୍ୟ କେତେକ ଦେଶ ଋଷ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି ।

Govt

Comments are closed.