ପଇସା ବଳରେ ଆମେ ଦୁନିଆରେ ସମସ୍ତ ସୁଖ ସୁବିଧା ସହଜରେ ହାସଲ କରିପାରିବା ଏଥିରେ କୌଣସି ସନ୍ଦେହ ନାହିଁ । ଏଣୁ ଅଧିକରୁ ଅଧିକ ପଇସା ରୋଜଗାର ପାଇଁ ବ୍ୟକ୍ତି ନିଜର ସାରା ଜୀବନ ବ୍ୟତିତ କରିଦିଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ୧୦ ବର୍ଷର ଏକ ଶିଶୁ ବିଷୟରେ କହିବାକୁ ଯାଉଛୁ ଯାହା ପାଖରେ ସଂସାରର ସମସ୍ତ ସୁଖ ସୁବିଧା ଉପଲବ୍ଧ , ଯାହା ଜଣେ ବ୍ୟକ୍ତି ହାସଲ କରିବାକୁ ସାରା ଜୀବନ ସ୍ୱପ୍ନ ଦେଖିଥାଏ । ଆଫ୍ରିକାର ସବୁଠାରୁ ଧନୀ ଶିଶୁ ଭାବରେ ମୋମଫା ଜୁନିୟର ପ୍ରସିଦ୍ଧ । ମୋମଫାର ଇନଷ୍ଟାଗ୍ରାମରେ ତାଙ୍କର ବହୁ ଫଲୋୟର୍ସ ରହିଛନ୍ତି । ନିଜ ଫଲୋୟର୍ସଙ୍କୁ ସେ ତାଙ୍କ ଜୀବନ ସହ ଜଡିତ ବହୁ ଜିନିଷ ଦେଖାଇଥାନ୍ତି ।

ତେବେ ମୋମଫାଙ୍କର ଏହି ଆରାମଦାୟକ ଜୀବନର ସମସ୍ତ କ୍ରେଡିଟ୍ ତାଙ୍କ ବାପାଙ୍କ ପାଖକୁ ଯାଇଥାଏ । ତାଙ୍କ ପାଖରେ ଏବେ ବହୁ ମହଲ, କାର୍ ଓ ଢେର କ୍ୟାସ୍ ରହିଛି । ଯେଉଁ ବୟସରେ ଆମେ ବାପାମାଙ୍କୁ ୧୦ ଟଙ୍କା ପାଇଁ ହାତ ପତେଇ ଥାଉ ସେହି ବୟସରେ ମୋମଫାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି ।

ଯେଉଁ ବୟସରେ ପିଲାଟିଏ ନିଜ ହୋମୱାର୍କରେ ଓ ସାଙ୍ଗମାନଙ୍କ ସହ ଖେଳକୁଦରେ ବ୍ୟସ୍ତ ରହିଥାଏ ସେହି ବୟସରେ ମୋମଫା ବିଳାସ ବ୍ୟସନ ଜୀବନ ବିତାଉଛି । ମାତ୍ର ୬ ବର୍ଷ ବୟସରେ ତାଙ୍କ ପିତା ତାଙ୍କୁ ଏକ ବିରାଟ ମହଲ ଗିଫଫ କରିଥିଲେ । ଏବେ ମାତ୍ର ୧୦ ବର୍ଷ ବୟସରେ ତାଙ୍କ ପାଖରେ ୧୨ ମିଲିୟନ ପାଉଣ୍ଡ ସଂପତ୍ତି ରହିଛି ।

Comments are closed.