ଦୀପାବଳି ପୂର୍ବରୁ ବାରାଣାସୀ ଯିବେ ମୋଦୀ

ସମୟ ଲାଇଭ୍‍,୨୨/୧୦: ଦୀପାବଳୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦୀୟ କ୍ଷେତ୍ର ବାରାଣାସୀ ଗସ୍ତରେ ଯିବେ। ଆସନ୍ତା ଅକ୍ଟୋବର ୨୪ରେ ମୋଦୀ ବାରାଣାସୀ ଯିବେ ବୋଲି ତାଙ୍କ ଟ୍ୱିଟର ଆକାଉଣ୍ଟରେ ସୂଚନା ପ୍ରଦାନ କରିଛନ୍ତି। ଏ ଅବସରରେ ସେ ତାଙ୍କର ସମସ୍ତ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଆମନ୍ତ୍ରିତ କରିଚନ୍ତି। ସେ କହିଛନ୍ତି ଯଦି କୌଣସି କର୍ମୀ ବା କାର୍ଯ୍ୟକତ୍ତାଙ୍କ କ କୌଣସି ମତାମତ ବା ପରାମର୍ଶ ଦେବାର ଥାଏ ତେବେ ସେ ନମୋ ଆପ ମାଧ୍ୟମରେ ଜଣାଇପାରିବେ। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ‘ଦିପୋତ୍ସବ କାର୍ଯ୍ୟକର୍ତ୍ତା ସମ୍ବାଦ….ମୋଦିଜୀ କେ ସାଥ୍‍’ ରଖାଯାଇଛି।
ସୂଚନା ଥାଉ କି, ମେରେ ହୋଇଥିବା ସାଧାରଣ ନିର୍ବାଚନରେ ମୋଦୀ ଦ୍ୱିତୀୟ ଥର ପାଇଁ ବାରାଣାସୀରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

Launching Ceremony of “AYUSHMAN BHARAT

Comments are closed.