ଶୀତଦିନେ ସର୍ଦ୍ଦି ଓ କାଶରୁ ରକ୍ଷା ପାଇବା ପାଇଁ ଘରୋଇ ଉପଚାର

0

ସମୟ ଲାଇଭ୍‍,୨୨/୧୦:: ଶୀତଦିନେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପାଇଁ ସର୍ଦ୍ଦି ଓ କାଶର ଭୟ ରହିଥାଏ। ଡ଼ାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ପୂର୍ବରୁ ଆପଣାନ୍ତୁ ଏହି କେତୋଟି ଘରୋଇ ଉପଚାର। ଏହା ଆପଣଙ୍କ ଥଣ୍ଡାଜନିତ ସମସ୍ୟା ଦୂର କରିଥାଏ।

୧- ଅଳ୍ପ ଅଦାରସ ଓ ଏକ ଚାମଚ୍, ମହୁ , ଶୀତଦିନେ ଉଷୁମ୍ ପାଣିରେ ୩-୪ ଥର ପିଇବା ଦ୍ୱାରା ଥଣ୍ଡା ରୁ ଆରାମ୍ ମିଳିଥାଏ।
୨- ପୋଦିନା ପତ୍ର, ମହୁ, ଲେମ୍ବୁରସକୁ ନାଲି ଚା ରେ ମିଶାଇ ଦିନକୁ ୪-୫ ଥର ପିଇବା ଦ୍ୱାରା ମଧ୍ୟ ଥଣ୍ଡା ଓ ସର୍ଦ୍ଦି ଜନିତ କଷ୍ଟ ଲାଘବ ହୋଇଥାଏ।
୩- ଉଷୁମ୍ ପାଣିରେ ଲେମ୍ବୁରସ ଓ ମହୁ ମିଶାଇ ପିଅନ୍ତୁ।

୪- ଶୁଖିଲା ଭୃଷୁଙ୍ଗା ପତ୍ର, ଲବଙ୍ଗ ଓ ଡାଲଚିନିକୁ ଏକାଠି ମିଶାଇ ଫୁଟାଇ ଛାଣି କିଛି ସମୟ ଛାଡି ଅଳ୍ପ ଉଷମ୍ ପିଅନ୍ତୁ।
୫- ତୁଳସୀ ଚା’ ଥଣ୍ଡା ପାଇଁ ଅତ୍ୟନ୍ତ ଉପକାରୀ। ନାଲି ଚା’ ରେ ତୁଳସୀପତ୍ର ପକାଇ ଅଳ୍ପ ଗରମ ଅବସ୍ଥାରେ ପିଇବା ଦ୍ୱାରା ଥଣ୍ଡା ରୁ ରକ୍ଷା ମିଳିଥାଏ।
୬- ଅଧିକ ସର୍ଦ୍ଦି ହେଲେ ବେଳେବେଳେ ନାକ ମଧ୍ୟ ବନ୍ଧ ହୋଇଯାଏ। ଏହି ଅବସ୍ଥା ରେ ପାଣିରେ ଲୁଣ ମିଶାଇ ଦୁଇ ତିନି ବୁନ୍ଦା ନାକଫୋଡା ରେ ପକାନ୍ତୁ ଏବଂ ଏଥିପାଇଁ ନାଜାଲ୍ ସ୍ପ୍ରେ ବୋତଲ ବ୍ୟବହାର କରନ୍ତୁ।

୭- କ୍ଷୀରରେ ମହୁ,ଡାଲଚିନି ଗୁଣ୍ଡ ଓ ଅଦା ମିଶାଇ ପିଅନ୍ତୁ।
୮- ଅଦା ଓ ଲୁଣକୁ କଳରେ ଜାକି ଆସ୍ତେଆସ୍ତେ ଚୋବାଇ ଖାଇବା ଦ୍ୱାରା ମଧ୍ୟ ଭଲ ଫଳ ମିଳିଥାଏ।
୯-ଦିନକୁ ୪-୫ ଥର ଅଦା ଚା ପିଅନ୍ତୁ।
୧୦- ରାତି ରେ ଶୋଇବା ପୂର୍ବରୁ ଉଷୁମ୍ କ୍ଷୀରରେ ମହୁ ମିଶାଇ ପିଅନ୍ତୁ।

Leave A Reply

Your email address will not be published.