ଏଥର କଟକ ବାଲିଯାତ୍ରାରେ ‘ମୋ ରିକ୍ସା’

ସମୟଲାଇଭ,୧୧/୧୧:  କଟକର ବାଲିଯାତ୍ରା ପାଇଁ ଚଳିତ ବର୍ଷ ପ୍ରଶାସନ ନେଇଛି ଏକ ଅଭିନବ ପଦକ୍ଷେପ। ପ୍ରଦୂଷଣର ମାତ୍ରାକୁ ହ୍ରାସ କରିବା ପାଇଁ ଏବଂ ସୁଲଭ ମୂଲ୍ୟରେ ଲୋକମାନଙ୍କ ଗମନାଗମନ ପାଇଁ ସରକାର ଓ ପ୍ରଶାସନ ନେଇଛନ୍ତି ନୂଆ ପଦକ୍ଷେପ। କଟକ ବାଲିଯାତ୍ରାରେ ଏଥର ଗଡିବ ମୋରିକ୍ସା। ଏଥର ବାଲିଯାତ୍ରାରେ ମୋ ରିକ୍ସା ଯୋଜନାରେ ଶତାଧିକ ରିକ୍ସା ଏକାଠି ହୋଇଛନ୍ତି। ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ବାଲିଯାତ୍ରା ପାଇଁ ୫୦୦ ରିକ୍ସା ଯୋଗାଇଦେଇଛି କଟକ ପ୍ରଶାସନ। ଏପଟେ ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚି ଥିବା ବେଳେ ଏଥର’ ମୋ ରିକ୍ସା’ ମାନିଆ ମୁଣ୍ଡରେ ଚଢ଼ିଥିବାବେଳେ ଦଲେର୍ ମେହେନ୍ଦି ଓ କେକେଙ୍କ ଭଳି ବଲିଉଡ କଳାକାରଙ୍କ ଆଗମନ ବାଲିଯାତ୍ରାର ଆକର୍ଷଣକୁ ଦୁଇ ଗୁଣିତ କରିବ ବୋଲି ଆଶାରହିଛି ।

Launching Ceremony of “AYUSHMAN BHARAT

Comments are closed.