ଇଶ୍ୱରଙ୍କ ନିଆରା କଳାକୃତି, ବୋତଲ ଭିତରେ ବୋଇତ

ସମୟ ଲାଇଭ,୧୧/୧୧:  ନିଜର ପ୍ରଚଣ୍ଡ ଇଛାଶକ୍ତି ଆଉ କିଛି ନୂଆ କରିବାର ଅଭିଳାଷ ହିଁ ମଣିଷକୁ ନିଆରା ପରିଚୟ ଦେଇଥାଏ। ଆଉ ଏଭଳି ଉଦହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଇଶ୍ୱର ରାୟଙ୍କ ପାଖରେ। ନିଜର କଳା ଓ କୌଶଳ ବଳରେ ଓଡିଆ ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ପାଇଁ ଆଉ ଏକ ପ୍ରୟାସ କରିଛନ୍ତି ଖୋର୍ଦ୍ଧାର ଇଶ୍ୱର ରାଓ । ଶିଳ୍ପୀ ଇଶ୍ୱର ରାଓ ଏଥର ସାବୁନରେ ତିଆରି କରିଛନ୍ତି ବୋଇତ । ବୋଇତର ଲମ୍ବ ଅଢେଇ ଇଞ୍ଚ ଓ ଓସାର ସାଢେ ୩ ଇଞ୍ଚ । ବୋଇତ ତିଆରି କରିବା ପାଇଁ ଇଶ୍ୱରଙ୍କୁ ୭ ଦିନ ଲାଗିଛି । ଫଟୋରେ ଦେଖାଯାଉଥିବା ଏହି ବୋଇତ ଗୋଟିଏ ସାବୁନରେ ତିଆରି ହୋଇଛି । ପ୍ରଥମେ ବୋଇତର ଡିଜାଇନ କରିବା ପରେ ଖଣ୍ଡ ଖଣ୍ଡ କରି ଏହି ବୋତଲ ଭିତରେ ରଖାଯାଇଛି ସାବୁନ ଖଣ୍ଡ । ଇଶ୍ୱରଙ୍କ ଏଭଳି କୃତିତ୍ୱ ପାଇଁ ତାଙ୍କ ନିକଟକୁ ଛୁଟି ଆସୁଛି ପ୍ରଶସାଂର ସୁଅ। କେବଳ ବୋଇତ ନୁହେଁ ଅନେକ ପ୍ରକାରର କଳାକୃତି କରି ଅନେକ ସ୍ମୃତି ସାଉଁଟିଛନ୍ତି।

 

Comments are closed.