ବିନା ଦୋକାନୀରେ ଚାଲୁଛି ଦୋକାନ

ଭାରତ ଏକ ବିଚିତ୍ର ଦେଶ । ଦେଶର ବିଭିନ୍ନ ସ୍ଥାନରେ ଆଶ୍ଚର୍ଯ୍ୟଜନକ ଘଟଣାମାନ ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣଙ୍କୁ ଭାରତର ଏପରି ଏକ ରାଜ୍ୟ ବିଷୟରେ କହିବୁ ଯେଉଁଠି ଦୋକାନ ତ ରହିଛି କିନ୍ତୁ ଦୋକାନୀ ଦେଖାଯାଆନ୍ତି ନାହିଁ । ଏହା ସତ୍ତେ୍ୱ ଏଠାରେ କେବେବି ଚୋରୀ ହୁଏ ନାହିଁ । ମିଜୋରାମର ଆଇଜଲ ଠାରୁ କିଛି କିଲୋମିଟର ଦୂର ଏହି ଛୋଟ ସହରର ନାମ ସେଲିଙ୍ଗ ।

ବିନା ଦୋକାନୀରେ ଚାଲୁଛି ଦୋକାନ

ଏହି ସହରର ବିଶେଷତ୍ୱ ହେଉଛି ଏଠାରେ ନଗାହ ଲୁ ଦର କଲଚର୍‌ ନାମରେ ଏକ ପରମ୍ପରାର ପାଳନ କରାଯାଏ । ଏହି ପରମ୍ପରା ଅନୁଯାୟୀ ଏଠାରେ ହାଇେୱ ଉପରେ, ରାସ୍ତା କଡରେ ଛୋଟ ଛୋଟ ଦୋକାନ ତ ଖୋଲିଥାଏ କିନ୍ତୁ ସେହି ସମସ୍ତ ଦୋକାନରେ କୌଣସି ଦୋକାନୀଙ୍କୁ ଦେଖିବାକୁ ମିଳେ ନାହିଁ । ଏହିସବୁ ଦୋକାନରୁ ଜିନିଷ ମିଳିବା ସହ ଜ୍ଞାନ ମଧ୍ୟ ମିଳିଥାଏ । ମିଜୋରାମର ଏପରି ଦୋକାନକୁ ନେଇ ସୋସିଆଲ ମିଡିଆରେ ପ୍ରାୟ ସମୟରେ ଚର୍ଚ୍ଚା ହୋଇଥାଏ । ଏହିସବୁ ଦୋକାନ ଭରସାରେ ଚାଲେ ଓ ଲୋକମାନେ ପରସ୍ପର ଉପରେ ଭରସା ରଖିବା ଉଚିତ ବୋଲି ଏହି ପରମ୍ପରା ବାର୍ତ୍ତା ଦେଇଥାଏ । ଦୋକାନରେ ଫଳ, ପନିପରିବା, ମାଛ ପରି ଖାଦ୍ୟପଦାର୍ଥ ବିକ୍ରୀ ହୋଇଥାଏ ।

ବିନା ଦୋକାନୀରେ ଚାଲୁଛି ଦୋକାନ

ସବୁ ଜିନିଷର ସାଇଡ୍‌ରେ ରେଟ୍‌ ଲେଖାଯାଇଥାଏ । ଯାହାକୁ ବି କୌଣସି ଜିନିଷ କିଣିବାକୁ ହୋଇଥାଏ ସେ ଜିନିଷର ଦର ଅନୁଯାୟୀ ପଇସା ଦୋକାନରେ ରଖି ଦେଇ ଜିନିଷ ନେଇଯାଇଥାଏ । ମିଳିଥିବା ରିପୋର୍ଟ ଅନୁସାରେ ଏହି ଦୋକାନକୁ ଚଲାଉଥିବା ବ୍ୟକ୍ତି ଜଣେ ଜଣେ ଗରିବ ଚାଷୀ ଯାହାଙ୍କୁ ପରିବାର ଚଳାଇବା ଲାଗି ବିଲରେ ଚାଷ ମଧ୍ୟ କରିବାକୁ ପଡିଥାଏ । ଯଦି ସେ ଦୋକାନରେ ବସିଯିବ ତେବେ ଚାଷ କାମ କରିବାକୁ ତାକୁ ସମୟ ମିଳିବ ନାହିଁ ।

ବିନା ଦୋକାନୀରେ ଚାଲୁଛି ଦୋକାନ

ଏହି କାରଣରୁ ସେ ଦୋକାନରେ ବସି ନ ଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆଜିଯାଏ ଏହିସବୁ ଦୋକାନରୁ କୌଣସି ଜିନିଷ ଚୋରି ହୋଇ ନାହିଁ । ଯେଉଁଠି ଆଜିକାଲି ଘର ଭିତରେ ଜିନିଷ ସୁରକ୍ଷିତ ରଖିବା ପାଇଁ ସିସିଟିଭି ଲଗାଇବାକୁ ପଡୁଛି ସେଠି ଏପରି ସ୍ଥିତି ଏହା ପ୍ରମାଣ କରୁଛି ଯେ ଆଜି ବି ଦୁନିଆରେ ସଚ୍ଚୋଟ ଓ ଭରସାଯୋଗ୍ୟ ମଣିଷ ରହିଛନ୍ତି ।

Comments are closed.