ଫୁଲବାଣୀ : ଝୁଲନ୍ତା ଅବସ୍ଥାରେ ନାବାଳକର ମୃତ ଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଛନ୍ତି ନାବାଳକଙ୍କ ମା’। ମୃତକ ହେଲେ ଫୁଲବାଣୀ କେନ୍ଦୁପଦର ଅଭିଜିତ୍ ବଗର୍ତ୍ତୀ। ପୁଅକୁ ବାପା ପ୍ରମୋଦ ବଗର୍ତ୍ତୀ ହତ୍ୟା କରି ଝୁଲାଇ ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତକଙ୍କ ମା’ଜୟନ୍ତୀ ବଗର୍ତ୍ତୀ । ବାପାକୁ ଅଟକ ରଖି ପଚାର ଉଚରା କରୁଛି ପୋଲିସ। ପ୍ରାଥମିକ ତଦନରୁ ଏହା ଏକ ଆତ୍ମହତ୍ୟା ଜଣା ପଡୁଥିବା ବେଳେ ଶବ ବ୍ୟବଛେଦ ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି କହିଛନ୍ତି ଥାନା ଅଧିକାରୀ ।
ଘଟନାନୁସାରେ,ଫୁଲବାଣୀ କେନ୍ଦୁପଦର ଗାଁର ପ୍ରମୋଦ ବଗର୍ତ୍ତୀ କିଛି କାମଧନ୍ଦା ନକରି ଅନେକ ସମୟ ନିଶା ପାଣିରେ ବୁଡି ରହୁଥିଲେ । ଏହାକୁ ନେଇ ଘରେ ଅନେକ ସମୟରେ ଅଶାନ୍ତି ହେଉଥିଲା । ଘଟଣା ଘଟିବାର କିଛି ଦିନ ପୂର୍ବରୁ ପୁଅର ଚୁଟି କଟାକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା । ତେବେ ବୁଧୁବାର ଦିନ ଜୟନ୍ତୀ କାମରୁ ଫେରି ଘରର କବାଟ ବାଡେଇଥିଲେ ମଧ୍ୟ ଘରୁ କିଛି ଶବ୍ଦ ଶୁଣାଯାଇ ନଥିଲା । ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଘର କବାଟ ଭାଙ୍ଗି ଦେଖିଥିଲେ ପୁଅ ଅଭିଜିତର ମୃତଦେହ ଫ୍ୟାନରେ ଝୁଲୁଥିଲା ଏବଂ ଘଟଣା ସ୍ଥଳରୁ ବାପା ଫେରାର ଥିଲେ । ଘର ଭିତରେ ଏଭଳି ଘଟଣା ଦେଖି ହତବାକ ହୋଇଯାଇଥିଲେ ଜୟନ୍ତୀ । ତେଣୁ ଏହି ଘଟଣାରେ ବାପାର ହାତ ଥିବା ନେଇ ସନ୍ଦେହ ରହିଛି ବୋଲି ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଫେରାର ବାପାକୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।

Comments are closed.