ପ୍ରତାପ ଜେନାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

ଆଳି: ଡିସେମ୍ବର ୨୧: ରାଜ୍ୟ ପଞ୍ଚାୟତିରାଜ, ନଗର ଉନ୍ନୟନ ଓ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ିଉପରକୁ ଅଣ୍ଡା ମାଡ଼ ହୋଇଛି ।
ବିଭିନ୍ନ ପଞ୍ଚାୟତରେ ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦ୍‌ଘାଟନ ପାଇଁ ସେ କାର୍‌ ଯୋଗେ ଆଳି ନିର୍ବାଚନ ମଣ୍ଡଳୀକୁ ଯାଇଥିଲେ । ବାଳକାଟି ନିକଟରେ କିଛି ଯୁବକ କଳା ପତାକା ପ୍ରଦର୍ଶନ କରି ଅଣ୍ଡା ମାଡ଼ କରିଥିଲେ । ତେବେ ସେମାନେ କଂଗ୍ରେସର ଯୁବ ଗୋଷ୍ଠୀ ବୋଲି ଅଭିଯୋଗ ହୋଇଛି । ମମିତା ମେହେର ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଏଭଳି ବିରୋଧ ପ୍ରଦର୍ଶନ କରାଯାଇଥିଲା ବୋଲି ସୂଚନା ମିଳିଛି । ଏନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କ କୌଣିସି ପ୍ରତିକ୍ରିୟା ମିଳିପାରି ନାହିଁ ।

Govt

Comments are closed.