କ୍ଷୀର ଶରୀର ପାଇଁ ଅମୃତ ସମାନ ହୋଇଥାଏ । ଏଥିରେ ଭିଟାମନ୍ ଏ, କ୍ୟାଲସିୟମ୍, ଆଇରନ୍, ପ୍ରୋଟିନ୍, ଫ୍ୟାଟ୍, କୋଲେଷ୍ଟ୍ରଲ୍ ପରି ପୋଷକତ‰ ଭରପୁର ରହିଛି । କେବଳ ଶରୀର ନୁହେଁ, ତ୍ୱଚାକୁ ସୁସ୍ଥ ରଖିବା ପାଇଁ ମଧ୍ୟ କଞ୍ଚାକ୍ଷୀର ସାହାଯ୍ୟ କରିଥାଏ । ତେବେ କେବଳ କଞ୍ଚାକ୍ଷୀରକୁ ପିଇଲେ ସ୍ୱାସ୍ଥ୍ୟଲାଭ ମିଳିନଥାଏ ଏହାକୁ ମୁହଁରେ ଲଗାଇଲେ ମଧ୍ୟ ତ୍ୱଚା ଉଜ୍ଜ୍ୱଳ ହେବା ସହିତ କୋମଳ ରହିଥାଏ । ଆସ;ୁ ଜାଣିବା ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କଞ୍ଚାକ୍ଷୀରକୁ କିପରି ବ୍ୟବହାର କରାଯାଇପାରିବ ।
୧. ଅମୃତଭଣ୍ଡା ଓ କଞ୍ଚାକ୍ଷୀରର ମିଶ୍ରଣକୁ ତ୍ୱଚାରେ ଲଗାଇଲେ ତ୍ୱଚାରେ ନାଚୁରାଲ୍ ଗ୍ଲୋ ଆସିଥାଏ । ଅମୃତଭଣ୍ଡାରେ ଏକ ଏନଜାଇମ୍ ରହିଛି, ଯାହା ମୃତ କୋଷକୁ ତ୍ୱଚାରୁ ବାହାର କରି ବ୍ରଣ ଓ ଦାଗ ସମସ୍ୟା ଦୂର କରିଥାଏ ।
୨. ବୟସ ବଢିଲେ ତ୍ୱଚାରେ କୁଞ୍ଚନ ଆସିଥାଏ । ଏଥିପାଇଁ ଅମୃତଭଣ୍ଡାରେ କଞ୍ଚାକ୍ଷୀର ମିଶାଇ ମୁହଁରେ ଲଗା;ୁ । କିଛି ସମୟ ରଖିବା ପରେ ମୁହଁକୁ ପାଣିରେ ଧୋଇ ଦିଅ;ୁ । ଦେଖିବେ ମୁହଁ ଉଜ୍ଜ୍ୱଳ ଦିଶିବ ।
୩. ଧୂଳି ଓ ଧୂଆଁ ଯୋଗୁ ତ୍ୱଚା ମଳିନ ପଡିଯାଏ । ଏଥିପାଇଁ କଞ୍ଚାକ୍ଷୀରରେ ମହୁ ମିଶାଇ ମୁହଁରେ ଲଗା;ୁ । ମହୁ ତ୍ୱଚାରେ ଥିବା ଟାନ୍ ସଫା କରିଥାଏ ।
୪. ମସୁର ଡ଼ାଲି, ବେସନ ଓ କଞ୍ଚାକ୍ଷୀରକୁ ରାତିରେ ବତୁରାଇ ରଖିଦିଅ;ୁ । ସକାଳେ ଏହାର ପେଷ୍ଟ ପ୍ରସ୍ତୁତ କରି ନିୟମିତ ଭାବରେ ମୁହଁରେ ଲଗା;ୁ । ଏପରି କଲେ ତ୍ୱଚାରେ ଥିବା ଅତିରିକ୍ତ କେଶ ସଫା ହେବା ସହିତ ତ୍ୱଚା ଉଜ୍ଜ୍ୱଳ ଦିଶିଥାଏ ।

Comments are closed.