ପୁଟିନ୍‌ଙ୍କ ଦଳରେ ବିହାରୀ ନେତା: ୟୁକ୍ରେନ୍‌ ଉପରେ ଆକ୍ରମଣକୁ ଉଚିତ୍‌ ବୋଲି କହିଲେ

ଦିଲ୍ଲୀ: ମାର୍ଚ୍ଚ ୦୨: ସମସ୍ତଙ୍କ ନଜର ଏବେ ୟୁକ୍ରେନ୍‌-ଋଷ୍‌ ମଧ୍ୟରେ ଲାଗିଥିବା ଯୁଦ୍ଧ ଉପରେ । ପ୍ରାୟ ଅଧିକାଶଂ ରାଷ୍ଟ୍ର ୟୁକ୍ରେନ୍‌କୁ ସମର୍ଥନ କରୁଛନ୍ତି ଓ ଋଷ୍‌ର ରଣନୀତିକୁ ନିନ୍ଦା କରୁଛନ୍ତି । ଏହିପରିକି ଭାରତ ମଧ୍ୟ ୟୁକ୍ରେନ୍‌କୁ ସମର୍ଥନ କରୁଥିବା ଖବର ରହିଛି । ତେବେ ଏହାରି ମଧ୍ୟରେ ଜଣେ ଭାରତୀୟଙ୍କ ବୟାନ୍‌ ଚର୍ଚ୍ଚାକୁ ଆସିଛି ।
ପୁଟିନ୍‌ଙ୍କ ଦଳରେ ବିହାରୀ ନେତା: ୟୁକ୍ରେନ୍‌ ଉପରେ ଆକ୍ରମଣକୁ ଉଚିତ୍‌ ବୋଲି କହିଲେ

ଋଷ୍‌ରେ କ୍ଷମତାରେ ଥିବା ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ଙ୍କ ୟୁନାଟେଡ୍‌ ଏସିଆ ଦଳର ସେ ଜଣେ ଡେପୁଟି । ଭାରତୀୟ ସାମ୍ବିଧାନିକ ପଦ ଅନୁସାରେ ସେ ଜଣେ ବିଧାୟକ । ତାଙ୍କ ନାମ ହେଉଛି ଡାକ୍ତର ଅଭୟ ସିଂହ ଓ ସେ ବିହାରର ମୂଳ ବାସିନ୍ଦା ।

ଜାତୀୟ ଗଣମାଧ୍ୟମ ଖବର ଅନୁସାରେ, ସେ ପୁଟିନ୍‌ଙ୍କ ୟୁକ୍ରେନ୍‌ ଆକ୍ରମଣକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି, ୟୁକ୍ରେନ୍‌ ସହିତ ଯୁଦ୍ଧ ଘୋଷଣା କରିବା ପୂର୍ବରୁ ୟୁକ୍ରେନ୍‌କୁ ବହୁବାର ଆଲୋଚନ ପାଇଁ ଡକାଯାଇଛି । ଯଦି ୟୁକ୍ରେନ୍‌ ‘ନାଟୋ’ର ସଦସ୍ୟତା ଗ୍ରହଣ କରେ, ତେବେ ଋଷ୍‌ ପ୍ରତି ନିଶ୍ଚିନ୍ତ ବିପଦ ସୃଷ୍ଟି କରିବ । ଏଣୁ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ବ୍ୟତିତ ରାଷ୍ଟ୍ରପତି ପୁଟିନ୍‌ଙ୍କ ପାଖରେ ଆଉ କିଛି ଉପାୟ ନଥିଲା ବୋଲି ସେ କହିଛନ୍ତି ।

ପୁଟିନ୍‌ଙ୍କ ଦଳରେ ବିହାରୀ ନେତା: ୟୁକ୍ରେନ୍‌ ଉପରେ ଆକ୍ରମଣକୁ ଉଚିତ୍‌ ବୋଲି କହିଲେ
ବିହାରର ପାଟନାରେ ଜନ୍ମିତ ଡା. ଅଭୟ ଋଷ୍‌ରେ ମେଡିସିନ୍‌ ପାଠ ପଢ଼ିଛନ୍ତି । ଏପରେ ସେ ଭାରତ ଫେରି ଡାକ୍ତର ଭାବେ କାମ କରୁଥିଲେ । ହେଲେ ପରେ ସେ ଋଷ୍‌କୁ ଯାଇ ଔଷଧ ବ୍ୟବସାୟ କରିଥିଲେ । ୨୦୧୫ରେ ସେ ପୁଟିନ୍‌ଙ୍କ ଦଳରେ ଯୋଗ ଦେଇଥିଲେ ଓ ୨୦୧୮ରେ ସେ ଆଞ୍ଚଳିକ ବିଧାୟକ ହୋଇଥିଲେ ।

Govt

Comments are closed.