ଜାପାନ: ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ବୈଜ୍ଞାନିକମାନଙ୍କ ନିଦ ହଜାଇଛି । ଲଗାତାର ସେମାନେ କରୋନା ଭାଇରସ ଉପରେ ଗବେଷଣା କରିବାରେ ଲାଗିଛନ୍ତି ଏବଂ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ଆବିଷ୍କାର କରି ମାନବସମାଜକୁ କରୋନା ମୁକ୍ତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଏହି କ୍ରମରେ ଜାପାନର କୁ୍ୟଟୋ ଫ୍ରିଫେକଫାଲ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କରୋନା ସଂକ୍ରମଣର ଅନୁସନ୍ଧାନର ଏକ ନୂତନ ଉପାୟ ଆବିଷ୍କାର କରିଛନ୍ତି ।

ସେ ଏପରି ଏକ ମାସ୍କ ପ୍ରସ୍ତୁତ କରିଛନ୍ତି, ଯାହା ମୋବାଇଲର ଫ୍ଲାସ୍ ଲାଇଟ୍ ମାଧ୍ୟମରେ ସୂଚିତ କରିଥାଏ ଯେ ମାସ୍କ ପିନ୍ଧିଥିବା ବ୍ୟକ୍ତି କୋଭିଡ -୧୯ ସଂକ୍ରମିତ କି ନୁହେଁ । ମୋବାଇଲ୍ ବ୍ୟତୀତ ଏହା ଅତିବାଇଗଣୀ ରଶ୍ମି ଦ୍ୱାରା ମଧ୍ୟ ଚିହ୍ନଟ ହୋଇପାରେ । ବିଶେଷ କଥା ହେଉଛି ଯେ ଏହି ମାସ୍କର ଫିଲଫରକୁ ଓଟପକ୍ଷୀ କୋଷରୁ ତିଆରି କରାଯାଇଛି । ଅନୁସନ୍ଧାନକାରୀଙ୍କ ଅନୁଯାୟୀ ମାସ୍କର ସ୍ତରରେ ଏକ ଫିଲଫର ଲଗାଯାଇଛି ।

 ଏହା ଉପରେ ଏକ ଫ୍ଲୋରୋସେଣ୍ଟ୍ ସ୍ପ୍ରେ ପ୍ରୟୋଗ କରାଯାଏ । ଏଥିରେ ଥିବା ଆଣ୍ଟିବଡି ଭୂତାଣୁ ସହିତ ବାନ୍ଧିହୋଇଯାଏ । ଯଦି ମାସ୍କରେ ଭାଇରସ୍ କଣିକା ଉପସ୍ଥିତ ଥାଏ, ତେବେ ଫିଲଫର୍ ଅତି ବାଇଗଣୀ ରଶ୍ମିରେ ଚମକିଥାଏ । ଏହି ମାସ୍କ ସ୍ମାର୍ଟଫୋନର ଏଲଇଡି ଆଲୋକରେ ମଧ୍ୟ ଆଲୋକିତ ହୁଏ । ଏହିପରି ଭାବେ ଲୋକମାନେ ଘରେ ବସି ସେମାନଙ୍କର କୋଭିଡ୍ ପରୀକ୍ଷା କରିପାରିବେ । ବିଶ୍ୱବିଦ୍ୟାଳୟ ରିପୋର୍ଟରେ ଦର୍ଶାଯାଇଛି ଯେ ବୈଜ୍ଞାନିକମାନେ କରୋନା ଭୂତାଣୁକୁ ପ୍ରଥମେ ଓଟପକ୍ଷୀରେ ପ୍ରବେଶ କରାଯାଇଥିଲା । ଏହା ପରେ ତାଙ୍କ ଅଣ୍ଡାରୁ ଆଣ୍ଟିବଡି ବାହାର କରି ଏକ ଫ୍ଲୋରୋସେଣ୍ଟ୍ ସ୍ପ୍ରେ ପ୍ରସ୍ତୁତ କରାଯାଇଥିଲା । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଓଟପକ୍ଷୀରେ ମିଳୁଥିବା ଆଣ୍ଟିବଡି ଅନେକ ପ୍ରକାରର ଭୂତାଣୁ ଏବଂ ଜୀବାଣୁ ବିରୁଦ୍ଧରେ କାମ କରିଥାଏ । ଅନୁସନ୍ଧାନର ନେତୃତ୍ୱ ନେଇଥିବା ବୈଜ୍ଞାନିକ ୟାସୁହିରୋ ସୁକାମୋଟୋ କହିଛନ୍ତି ଯେ ମାସ୍କର ପରୀକ୍ଷା ମାତ୍ର ୧୦ ଦିନ ମଧ୍ୟରେ କରାଯାଇଛି । ପରୀକ୍ଷଣରେ ଜଡିତ ୩୨ କରୋନା ରୋଗୀଙ୍କ ମାସ୍କ ଅଲଟ୍ରାଭାଓଲେଟ୍ ଆଲୋକରେ ଚମକି ଉଠିଥିଲା ।

ଅନୁସନ୍ଧାନ ସମୟରେ ବୈଜ୍ଞାନିକମାନେ ଏହା ମଧ୍ୟ ଜାଣିବାକୁ ପାଇଲେ ଯେ ରୋଗୀମାନେ ସୁସ୍ଥ ହେବାପରେ ମାସ୍କର ଉଜ୍ଜ୍ୱଳତା କମିଯାଇଥିଲା । ଏହି ମାସ୍କ ୨୦୨୨ରେ ବଜାରକୁ ଆସିପାରେ ।

 
			 
						
Comments are closed.