ମାଲିରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କଲା ଆଇଏଏସ୍‌, ୪୨ ଯବାନ ସହିଦ,୨୨ରୁ ଅଧିକ ଗୁରୁତର ଆହତ

ବାମାକୋ(ମାଲି): ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଭୟଙ୍କର ହମଲା କରିଛନ୍ତି । ଏଥିରେ ୪୨ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ସରକାର ସ୍ପଷ୍ଟ କରିଛନ୍ତି । ସେହିପରି ୨୨ ଜଣ ସୁରକ୍ଷାକର୍ମୀ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ମାଲିରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କଲା ଆଇଏଏସ୍‌, ୪୨ ଯବାନ ସହିଦ,୨୨ରୁ ଅଧିକ ଗୁରୁତର ଆହତ

ମାଲିର ଟେଷ୍ଟି ସହରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ ଆତଙ୍କବାଦୀମାନେ ଏପରି ନରସଂହାର କରିଥିବା ଜଣାପଡ଼ିଛି । ପଶ୍ଚିମ ଆଫ୍ରିକାର ସାହେଲ ରିଜନରେ ଦୀର୍ଘ ଦଶନ୍ଧି ହେଲା ମାଲିଆନ ଆର୍ମି ଓ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ ଚାଲିଛି । ହେଲେ ବିଗତ କିଛି ବର୍ଷ ମଧ୍ୟରେ ଦେଶର ଆର୍ମିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଏତେ ବଡ଼ ଆକ୍ରମଣ କରିବା କେବେ ହେଲେ ଦେଖିବାକୁ ମିଳି ନଥିଲା । ଆତଙ୍କୀ ହମଲାକୁ ନେଇ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ମାଲିରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କଲା ଆଇଏଏସ୍‌, ୪୨ ଯବାନ ସହିଦ,୨୨ରୁ ଅଧିକ ଗୁରୁତର ଆହତ
ସରକାର ଜାରି କରିଥିବା ଗୋଟିଏ ବିବୃତିରେ କହିଛନ୍ତି ଯେ ଆଇଏସଜିଏସ୍‌ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଯୋଜନାବଦ୍ଧ ଓ ଭୟଙ୍କର ଆକ୍ରମଣକୁ ବେଶ ସାହାସର ସହ ଦେଶର ଆର୍ମି ଯବାନମାନେ ମୁକାବିଲା କରିଛନ୍ତି । ଆତଙ୍କବାଦୀମାନେ ଡ୍ରୋନ, ବିସ୍ପୋରକ, କାର ବୋମା ଓ ରାଇଫଲ ଦ୍ୱାରା ସୁରକ୍ଷାକର୍ମୀଙ୍କ ଉପରେ ହମଲା କରିଥିଲେ । ଯବାନମାନେ ମଧ୍ୟ ଏହାର ଜବାବ ଦେଇଥିଲେ ।

ମାଲିରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କଲା ଆଇଏଏସ୍‌, ୪୨ ଯବାନ ସହିଦ,୨୨ରୁ ଅଧିକ ଗୁରୁତର ଆହତ

ଦୀର୍ଘ ଘଣ୍ଟାର ଘମାଘୋଟ ଲଢ଼େଇ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେହିପରି ପୂରା ଅପରେସନରେ ୪୨ ଜଣ ଯବାନ ଦେଶ ପାଇଁ ଜୀବନ ଦେଇଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ପୂର୍ବରୁ ୧୭ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ୯ ଜଣଙ୍କ ପତ୍ତା ମିଳୁ ନଥିବା ଆର୍ମି ପକ୍ଷରୁ କୁହାଯାଇଥିଲା । ହେଲେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇଛି । ୨୦୨୦ରେ ମାଲିରେ ଥିବା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ହଟାଇ ଦେଶରେ ସାମରିକ ଶାସନ ଆରମ୍ଭ ହୋଇଛି । ତଥାପି ଆକ୍ରମଣ ଥମିବାର ନାଁ ଧରୁନି ।

Govt

Comments are closed.