ଜାପାନର ଏକ ସ୍ୱତନ୍ତ୍ରଧରଣର କାଫେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପୁରୁଷ ଗ୍ରାହକମାନେ ନାରୀବେଶରେ କାମ କରୁଛନ୍ତି । ଏଠାକୁ ଆସୁଥିବା ପୁରୁଷ ଗ୍ରାହକମାନେ ମହିଳା କର୍ମଚାରୀ ବେଶରେ ଏଠିକାର ଷ୍ଟାଫଙ୍କୁ ଖାଇବା ପରଷୁଥିବାର ଦେଖିବାକୁ ମିଳୁଛି । ଏହି ଗ୍ରାହକଙ୍କୁ ୯୦ ମିନିଟ ପାଇଁ ୨ହଜାର ଟଙ୍କାର ଦେୟ ପ୍ରଦାନ କରାଯାଉଛି । ଏହି ପ୍ରକ୍ରିୟାରେ ପୁରୁଷ ଗ୍ରାହକଙ୍କୁ ପ୍ରଥମେ ଏକ ସୁନ୍ଦର ପୋଷାକ ପ୍ରଦାନ କରାଯାଇଥାଏ । ଯାହାକୁ ପିନ୍ଧିବାପରେ ଷ୍ଟାଫଙ୍କ ପାଇଁ ସେମାନେ ଚା ଓ କେକ ନେଇ ଆସିଥାଆନ୍ତି । ଏହି ଅନୁଭବକୁ ସେଠିକାର ଲୋକ ଉପଭୋଗ କରୁଛନ୍ତି ତେଣୁ ଏହି ପ୍ରକ୍ରିୟାରେ ସମସ୍ତେ ଭାଗ ନେଉଛନ୍ତି । କାମ ସରିବାପରେ ସେମାନଙ୍କର ଫଟୋସୁଟ ମଧ୍ୟ କରାଯାଇଥାଏ । ବର୍ତ୍ତମାନ କାଫେରେ ଏହି ଅନୁଭବକୁ ସାଉଁଟିବାକୁ ଅନେକ ଲୋକଙ୍କର ଭିଡ ଦେଖିବାକୁ ମିଳୁଛି ।
