ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌: ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ JSW ଷ୍ଟିଲ,ଟ୍ରିଲିୟନ ଡଲାର ମୁହାଁ ଓଡିଶା ଅର୍ଥନୀତି

ଭୁବନେଶ୍ୱର : ନଭେମ୍ବର ୩୦ ତାରିଖ ଠାରୁ ଜନତା ମଇଦାନରେ ଚାଲିଛି ମେକ୍ ଇନ୍ ଓଡ଼ିଶା କନକ୍ଳେଭର ତୃତୀୟ ସଂସ୍କରଣ । ଏହା ଡିସେମ୍ବର ୪ ରେ ସରିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ନେତୃତ୍ୱ ନେ ଇଛନ୍ତି । ଏଥିରେ ଦେଶର ବଡ ବଡ ଶିଳ୍ପପତି ମାନେ ଯୋଗଦାନ କରିବା ସହିତ ପୁଞ୍ଜି ନିବେଶର ଦ୍ୱାର ଖୋଲିଛନ୍ତି ।
ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ର ୨ୟ ଦିନ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ ନେସ ପାର୍କକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଶିଳ୍ପ କୁମ୍ଭରେ ନବୀନ ଜିନ୍ଦଲ ଉପସ୍ଥିତ ରହି ପ୍ରକାଶ କରିଛନ୍ତି ଯେ ଦେଶରେ ଶିଳ୍ପର ନେତୃତ୍ୱ ନେଉଛି ଓଡିଶା। ମାନବ ସମ୍ବଳ ବିକାଶ, ସ୍କୁଲରେ ଡିଜିଟାଲ ବ୍ୟବସ୍ଥା, ସ୍ଵାସ୍ଥ୍ୟ ଵସ୍ଥା, ସ୍ୱଳ୍ପର ବିକାଶ, ମନ୍ଦିରକୁ ନବୀକରଣ ତାଙ୍କୁ ଆକର୍ଷିତ କରୁଛି । ଏହି କାର୍ଯ୍ୟକ୍ରମରେ JSW ଷ୍ଟିଲ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ କରିଛନ୍ତି ବଡ଼ ଘୋଷଣା । ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ JSW ଷ୍ଟିଲ । ଏହାପୂର୍ବରୁ ୨୦୧୮ ମେକ ଇନ୍‌ ଓଡ଼ିଶାରେ ୬୦ ହଜାର କୋଟି ନିବେଶ ଲାଗି ଘୋଷଣା ହୋଇଥିଲା । ସେଥିରୁ ୩୦ ହଜାର କୋଟି ନିବେଶ ହୋଇସାରିଛି । ସଜ୍ଜନ ଜିନ୍ଦଲ କହିଛନ୍ତି, ଓ଼ିଶାରେ ଏକ ସ୍ଥିର ସରକାର ଅଛି Iବଡ଼ ବଡ଼ ଶିଳ୍ପ ଆସିଲେ ହଜାର ହଜାର MSME ଗଢି ଉଠିବ । ପୁରୁଣା ମନ୍ଦିରଗୁଡିକର ନବୀକରଣ କରିଛନ୍ତି ନବୀନ ବାବୁ I

ସେହିପରି କୋଭିଡ ସମୟରେ ଅମ୍ଳଜାନ ଯୋଗେଇବାରେ ଅଗ୍ରଣୀ ଭୂମିକା ନେଇଥିଲା ଓଡିଶା। ଓଡିଶା ହେଉଛି ଭାରତର ଆଧୁନିକ ମନ୍ଦିର। ଆମର ବିଶ୍ୱର ସବୁଠୁ ବଡ଼ ପ୍ଲାଣ୍ଟ ଓଡିଶା ତିଆରି କରୁଛୁ ଏହା ସହଜ ନୁହେଁ। ଏଥି ପାଇଁ ଆମକୁ ସମସ୍ତେଙ୍କର ଆଶୀର୍ବାଦ ଦରକାର। ଓଡିଶା ହେଉଛି ସେକେଣ୍ଡ ହୋମ । ପ୍ରଥମ କର୍ମ ଭୂମି। ୨୦ ବର୍ଷ ତଳେ ଓଡ଼ିଶାରେ ନିବେଶ କରିଥିଲୁ।

ଦେଶବ୍ୟାପୀ ଓଡ଼ିଶାର ଅର୍ଥନୈତିକ ପରିଚାଳନାକୁ ପ୍ରଶଂସା କରାଯାଇଛି। ନିବେଶକ-ଅନୁକୂଳ ପଦକ୍ଷେପ ଓ ଉତ୍ତମ ପ୍ରଶାସନ ଓଡ଼ିଶାକୁ ସମୃଦ୍ଧି ଓ ପ୍ରଗତି ପଥରେ ଆଗେଇ ନେଉଛି। ଏହି ଯାତ୍ରାରେ ସମସ୍ତେ ସାମିଲ ହୁଅନ୍ତୁ। ଶିଳ୍ପୋଦ୍ୟୋଗୀଙ୍କ ସ୍ବପ୍ନ ସାକାର କରିବାକୁ ଓଡ଼ିଶା ସରକାର ଆଉ ଏକ ପାହୁଣ୍ଡ ଅଧିକ ଚାଲିବାକୁ ପ୍ରସ୍ତୁତ ଅଛନ୍ତି। କାରଣ ପୁଞ୍ଜନିବେଶ ସହ ଓଡ଼ିଶାର ପ୍ରଗତି ସଂଶ୍ଲିଷ୍ଟ। ଓଡ଼ିଶାର ଶିଳ୍ପନୀତି ନିବେଶକମାନଙ୍କୁ ଯେଉଁ ପ୍ରୋତ୍ସାହନ ଓ ସହାୟତା ଦେଉଛି ତାହା ସମଗ୍ର ଦେଶରେ ସର୍ବୋତ୍ତମ। ଆମେ ପର୍ଯ୍ୟଟନ, ଅକ୍ଷୟ ଶକ୍ତି, ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଓ ରପ୍ତାନି କ୍ଷେତ୍ରରେ ନୂଆ ନୀତି ଘୋଷଣା କରୁଛୁ। ନିବେଶକଙ୍କ ଆବଶ୍ୟକତା ଅନୁସାରେ ଆମେ ସହାୟତା କରିବାକୁ ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି। ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି। ଇସ୍ପାତ ଓ ଆଲୁମିନିୟମ କ୍ଷେତ୍ରରେ ଓଡ଼ିଶା ଏକ ଅନ୍ତର୍ଜାତୀୟ ହବ୍ I

Govt

Comments are closed.