ଚଳିତ ବର୍ଷ ମହାଶିବରାତ୍ରୀ ୧୮ ଫେବୃଆରୀ ଶନିବାରରେ ପାଳନ କରାଯିବ I ପ୍ରତିବର୍ଷ ମହାଶିବ ରାତ୍ରୀ ଚତୁର୍ଦଶୀରେ ପଡୁଥିବା ବେଳେ,ଏ ବର୍ଷ ତ୍ରୟୋଦଶୀ ତିଥିରେ ପଡୁଛି I ଦେବ ଦେବ ମହାଦେବଙ୍କର ଏହି ବ୍ରତକୁ ସାରା ଦେଶର ଶ୍ରଦ୍ଧାଳୁମାନେ ଦିନ ସାରା ଉପବାସ ରହି ଖୁବ ନିଷ୍ଠାର ସହ ପାଳନ କରିଥାନ୍ତି I ଏହିଦିନ ଶ୍ରଦ୍ଧାଳୁମାନେ ନିଜର ମନୋ ବାଂଛିତ ଫଳପ୍ରାପ୍ତି ଶିବ ଲିଙ୍ଗ ଉପରେ ଅନେକ ପ୍ରକାର ପୂଜା ଦ୍ରବ୍ୟ ଚଢାଇ ଥାନ୍ତି I
ଭଗବାନ ଶିବ ଶଙ୍କର ହେଉଛନ୍ତି ଭୋଲେନାଥ I ତାଙ୍କୁ ଭକ୍ତି ସହକାରେ କେବଳ ଲୋଟାଏ ଜଳ ଅର୍ପଣ କଲେ ମଧ୍ୟ ସେ ସନ୍ତୁଷ୍ଟ ହୋଇଥାନ୍ତି I ତେଣୁ ଦେବ ଦେବଙ୍କ ପୂଜାରେ ବିଶେଷ କରି ଜଳ ଓ କ୍ଷୀର ବ୍ୟବହାର ହୁଏ I ଶିବଲିଙ୍ଗରେ ଜଳ ଓ କ୍ଷୀର ଢାଳି ଅଭିଷେକ କରାଯାଇଥାଏ I ଶିବଶଙ୍କର ସନ୍ତୁଷ୍ଟ ହେଲେ ଭକ୍ତଙ୍କର ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି I ଯଦି ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ମନୋସ୍କାମନା ରଖିଥାନ୍ତି,ତେବେ ମହାଶିବରାତ୍ରୀ ବ୍ରତ ଦିନ ଏହିପରି ବିଧି ବିଧାନ ଅନୁସାରେ ପୂଜା କରନ୍ତୁ :
ମହାଶିବରାତ୍ରୀ ରେ ଭୋଲେନାଥ ଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ ସ୍ୱାମୀ ସ୍ତ୍ରୀ ଉପବାସ ରଖି ପୂଜାର୍ଚ୍ଚନା କରିବା ସହ ଶିବ ଲିଙ୍ଗରେ କ୍ଷୀର ଏବଂ ଗହମ ଅର୍ପଣ କରନ୍ତୁ I ଏଥିରେ ଶିବଶଙ୍କର ସନ୍ତୁଷ୍ଟ ହେବା ସହ ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଆଶୀର୍ବାଦ ଦେଇଥାନ୍ତି I
ଘୋର ଆର୍ଥିକ ଦୁଃସ୍ଥିତିରୁ ମୁକୁଳିବା ପାଇଁ ଆପଣ ମହାଶିବରାତ୍ରୀ ଦିନ ନିଷ୍ଠାର ସହକାରେ ଉପବାସ ରଖି ଭଗବାନ ଶିବଙ୍କୁ ଅଖଣ୍ଡ ଅକ୍ଷତ (ଅରୁଆ ଚାଉଳ) ଶିବଲିଙ୍ଗରେ ଅର୍ପଣ କରନ୍ତୁ I ଶୀଘ୍ର ଭୋଲେନାଥଙ୍କ କୃପାରୁ ଆର୍ଥିକ ସ୍ଥିତି ବଦଳି ଯିବ I
ଯଦି ଆପଣଙ୍କ ପରିବାରରେ ମତଭେଦ ଥାଏ,ଘରର ସଦସ୍ୟମାନଙ୍କ ମଧ୍ୟରେ ସୁସମ୍ପର୍କ ନଥାଏ, ତେବେ ମହାଶିବରାତ୍ରୀ ଦିନ ପୂଜା ସମୟରେ ଶିବଲିଙ୍ଗରେ ଦହି ଢ଼ାଳନ୍ତୁ I ଶିବ ଶଙ୍କରଙ୍କ ଆଶୀର୍ବାଦରୁ ଘରେ ମତଭେଦ ଦୂର ହେବା ସହ ସୁଖ ସୌହାର୍ଦ୍ଧ୍ୱ ବୃଦ୍ଧି ପାଇବ I
ଆପଣଙ୍କର ଯଦି ଗ୍ରହ ପୀଡା ଜନିତ ବାଧାରୁ ଭାଗ୍ୟଦୋୟ ହେଉ ନଥାଏ,କିମ୍ବା ସମସ୍ତ କାର୍ଯ୍ୟରେ ଅସଫଳ ହେଉଥାନ୍ତି ତେବେ ଆପଣ ମହାଶିବତ୍ରୀ ଦିନ ଶିବଲିଙ୍ଗ ଉପରେ ଗଙ୍ଗା ଜଳରେ ଦୁଇଟି ଅଖଣ୍ଡ ଅକ୍ଷତ ରଖି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ I ସମସ୍ତ ଗ୍ରହ ଜନିତ ବାଧା ଦୂର ହେବ I
ସାଂସାରିକ ବନ୍ଧନରୁ ମୁକ୍ତି ଚାହୁଁ ଥିଲେ,କିମ୍ବା ଜନ୍ମ ମୃତ୍ୟୁ ଚକ୍ରରୁ ମୁକୁଳିବାକୁ ଚାହୁଁଥିଲେ ମହାଶିବରାତ୍ରୀ ଦିନ ଶିବଲିଙ୍ଗରେ ଜଳ ଓ କ୍ଷୀରରେ ଅଭିଷେକ କରିବା ପରେ ନାଲି ମନ୍ଦାର ଫୁଲ ଚଢାନ୍ତୁ I ଜନ୍ମ ଏବଂ ମୃତ୍ୟୁ ଚକ୍ରରୁ ମୁକ୍ତି ପାଇବେ I
ଘୋର ସଙ୍କଟ ଓ ଶତ୍ରୁଙ୍କ କବଳରୁ ମୁକୁଳିବା ପାଇଁ ଭଗବାନ ଶିବଙ୍କୁ ଶମି ପତ୍ର ଏବଂ ଯଅ ଅର୍ପଣ କରନ୍ତୁ Iମହାଦେବ ପ୍ରସନ୍ନ ହୋଇ ସମସ୍ତ ସଙ୍କଟରୁ ଉଦ୍ଧାର କରିବେ I
ପୁରାତନ ବ୍ୟାଧି ଦୂର ହୋଇ ସୁସ୍ଥ ଶରୀର ଏବଂ ଭୌତିକ ସୁଖ ପାଇଁ ତେବେ ଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ଗଙ୍ଗାର ଜଳରେ ଅଭିଷେକ କରନ୍ତୁ I
ନିଃସନ୍ତାନ ଥିଲେ ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ଶୁଦ୍ଧ ଘିଅରେ ଅଭିଷେକ କରନ୍ତୁ I ସେହିପରି ପିଲାମାନେ ମନ୍ଦ ବୁଦ୍ଧି ଥିଲେ ଶିବଲିଙ୍ଗରେ ପିଲାଙ୍କ ନାଁରେ ଖିରରେ ଅଭିଷେକ କରନ୍ତୁ I
ଯଶ,ଖ୍ୟାତି ଓ ମନକୁ ଆଧ୍ୟାତ୍ମିକ ଦିଗରେ ନେବା ପାଇଁ ଶିବଲିଙ୍ଗକୁ ମହୁରେ ଅଭିଷେକ କରନ୍ତୁ I
ଭଗବାନ ଶିବଙ୍କୁ ପାଉଁଶ (ଭସ୍ମ)ଅର୍ପଣ କରିବା ଦ୍ୱାରା ସମସ୍ତ ପାପ ନଷ୍ଟ ହୋଇଥାଏ I

Comments are closed.