ନୂଆଦିଲ୍ଲୀ: ଜୁଲାଇ ୦୨: ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ପଦବୀ ପାଇଁ ମହା ବିକାଶ ଅଘାଡି ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେପି ବିଧାୟକ ରାହୁଲ ନାରେୱକରଙ୍କ ବିରୋଧରେ ଶିବସେନା ବିଧାୟକ ରାଜନୀ ସାଲଭି ମଇଦାନକୁ ଓହ୍ଲାଇଛନ୍ତି । ଉଭୟ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି । ତେବେ ରବିବାର ଅର୍ଥାତ ଜୁଲାଇ ୩ ତାରିଖରେ ବାଚସ୍ପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ମହାରାଷ୍ଟ୍ରରେ ବାଚସ୍ପତି ପଦ ଦୁଇ ବର୍ଷ ହେଲା ଖାଲି ଅଛି । ତେବେ ନିର୍ବାଚନକୁ ନେଇ ମହାବିକାଶ ଅଘାଡି ପ୍ରଶ୍ନ ଉଠାଇଛି । ବର୍ତ୍ତମାନ ବାଚସ୍ପତି ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ହୋଇଛି । ସୂଚନାଯୋଗ୍ୟ, ପ୍ରାୟ ଦୁଇ ବର୍ଷ ହେଲା ମହାରାଷ୍ଟ୍ରରେ ବାଚସ୍ପତି ପଦବୀ ଖାଲି ଅଛି । ପୂର୍ବରୁ ନାନା ପଟୋଲ ବାଚସ୍ପତି ଥିଲେ । ସେ ଇସ୍ତଫା ଦେଲା ପରେ ଆଉ ପଦବୀ ପୂରଣ ହୋଇନାହିଁ । ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ବିଜେପି ସହ ମିଶି ସରକାର ଗଠନ କରିଥିବା ଏକନାଥ ସିନ୍ଦେଙ୍କୁ ଶିବସେନା ସଦସ୍ୟ ପଦରୁ ବହିସ୍କାର କରିଛନ୍ତି ଉଦ୍ଧବ ଠାକରେ ।

Comments are closed.