ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଏକ ଅଜବ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ କୃଷକ ତାଙ୍କ ମଇଁଷି ନାମରେ ଥାନାରେ ଏତଲା ଦେଇଛନ୍ତି । କଥାଟି ବିଶ୍ୱାସଯୋଗ୍ୟ ନହେଲେ ମଧ୍ୟ ସତ । ମଧ୍ୟପ୍ରଦେଶର ଜଣେ କୃଷକଙ୍କର ମଇଁଷିଟି କ୍ଷୀର ଦେବାକୁ ମନା କରିବାରୁ ସେ ତାକୁ ଥାନାକୁ ଆଣିଥିବା ପୋଲିସ ଆଗରେ ପ୍ରକାଶ କରିଥିଲେ ।
ଗତ କିଛି ଦିନ ଧରି ମଇଁଷିଟି ତାଙ୍କୁ କ୍ଷୀର ଦେଉନଥିବାରୁ ସେ ବାଧ୍ୟ ହୋଇ ଥାନାକୁ ଆସି କହିଥିଲେ । ତେବେ ଏଭଳି କେସ୍ ପୋଲିସ ବାବୁଙ୍କୁ ବଡ ଅଡୁଆରେ ପକାଇଥିଲା । ମଇଁଷିଟି ଉପରେ ଗୁଣେଗାରେଡି ହୋଇଥିବା ନେଇ କିଛି ଲୋକ ତାଙ୍କୁ କହିବାରୁ କୃଷକ ଜଣଙ୍କ ଥାନାରେ ଅଭିଯୋଗ କରିଥିବା ଦର୍ଶାଇଛନ୍ତି । ତେବେ ଅଭିଯୋଗର ପରଦିନ ମଇଁଷିଟି କ୍ଷୀର ଦେଇଥିବା ନେଇ ଗ୍ରାମବାସୀମାନେ ଥାନାରେ ଜଣାଇଥିଲେ । ସୋସିଆଲ ମିଡିଆରେ ଘଟଣାଟି ଖୁବଜୋରରେ ଭାଇରାଲ ହେବାରେ ଲାଗିଛି । ଘଟଣାଟିକୁ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ମିଳିଛି । କେତେକ ଲୋକ ଏଭଳି ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।

Comments are closed.