ଶାରଦୀୟ ନବରାତ୍ରୀରେ ହାତୀ ଉପରେ ବସି ଆସୁଛନ୍ତି ମା’ଦୂର୍ଗା

ବର୍ଷକୁ ୪ ଥର ମା’ଦୂର୍ଗାଙ୍କର ନବରାତ୍ରୀ ପାଳନ କରାଯାଇଥାଏ I ଏଥିମଧ୍ୟରୁ ଚୈତ୍ର ଏବଂ ଆଶ୍ୱିନ ନବରାତ୍ରୀ ମୁଖ୍ୟ ହୋଇଥାଏ । ଅIଶ୍ୱିନ ମାସର ଶୁକ୍ଲ ପକ୍ଷର ପ୍ରତିପଦା ତିଥିରୁ ନବରାତ୍ରି ଆରମ୍ଭ ହୋଇଥାଏ I ନବରାତ୍ରୀରେ ଦୁର୍ଗI ମା’ଙ୍କର ୯ ଟି ସ୍ୱରୂପକୁ ପୂଜା କରାଯାଏ I ଏଥର ଶାରଦୀୟ ନବରାତ୍ରୀ ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୫ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ I ଏହି ୯ ଦିନରେ ଦେବୀ ଦୁର୍ଗାଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ। ବିଶ୍ୱାସ ରହିଛି ଯେ ମା’ଦୂର୍ଗା ଏହି ୯ ଦିନ ରେ ଭକ୍ତମାନଙ୍କୁ ଆଶୀର୍ବାଦ ଦେବା ପାଇଁ ପୃଥିବୀରେ ଓଲ୍ହାଇଥାନ୍ତି I

ଶାସ୍ତ୍ର ଅନୁଯାୟୀ, ଏହି ୯ ଦିନରେ ମା’ଙ୍କୁ ଶ୍ରଦ୍ଧା ,ବିଶ୍ୱାସ ,ଭକ୍ତିର ସହିତ ଉପବାସ ରହି ଉପାସନା କଲେ ମା’ତାଙ୍କ ପିଲାମାନଙ୍କୁ ଆଶୀର୍ବାଦ ଦେଇଥାନ୍ତି I ମା’ ଆମ୍ବେଙ୍କ କୃପାରୁ ଭକ୍ତମାନଙ୍କର ସମସ୍ତ ଦୁଃଖ ଦୁର୍ଦଶା ଦୂର ହୋଇଥାଏ I ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏଥର ଶାରଦୀୟ ନବରାତ୍ରୀ ଅତ୍ୟନ୍ତ ଶୁଭ ବୋଲି ଗଣନା କରାଯାଇଛି I କାରଣ ଏଥର ମା ଦୁର୍ଗା ହାତୀ ପିଠିରେ ବସି ବିରାଜମାନ କରୁଛନ୍ତି । ପ୍ରତିବର୍ଷ ମା’ ଦୂର୍ଗା କୌଣସି ନI କୌଣସି ବାହନରେ ବସି ଆସିଥାନ୍ତି I ଯାହା ଶୁଭ ଏବଂ ଅଶୁଭ ସଂକେତ ଦେଇଥାଏ I ଆସନ୍ତୁ ଜାଣିବା ଏଥର ହାତୀ ଉପରେ ବସି ଆସିବା ର ସଂକେତ କଣ ରହିଛି I

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏଥର ଶାରଦୀୟ ନବରାତ୍ରୀ ୨୬ ସେପ୍ଟେମ୍ବର ସୋମବାର ରୁ ଆରମ୍ଭ ହୋଇ ୫ ଅକଟୋବର ପର୍ଯ୍ୟନ୍ତ ଚାଲିବ I ଯଦି ନବରାତ୍ରି ରବିବାର କିମ୍ବା ସୋମବାର ଠାରୁ ଆରମ୍ଭ ହୁଏ ,ତେବେ ବିଶ୍ୱାସ ରହିଛି ଯେ ମା’ ଦୂର୍ଗା ହାତୀ ପିଠିରେ ବସି ବିରାଜମାନ କରିବେ I

ଧାର୍ମିକ ବିଶ୍ୱାସ ଅନୁଯାୟୀ, ହାତୀ ଉପରେ ବସି ଦେବୀ ଦୁର୍ଗାଙ୍କ ଆଗମନ ଶୁଭ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଯଦି ମା’ ହାତୀ ଉପରେ ବସି ଆସନ୍ତି, ତେବେ ସେ ଧରାପୃଷ୍ଠକୁ ଧନ,ଧIନ୍ୟ ଖୁସି ଏବଂ ସମୃଦ୍ଧତା ଆଣିଥା’ନ୍ତି I ହାତୀ କୁ ଲକ୍ଷ୍ମୀ ଙ୍କ ର ପ୍ରତୀକ ବୋଲି ମାନI ଯାଇଥାଏ I ଏହା ସହିତ ହାତୀ ହେଉଛି ଜ୍ଞାନ ଏବଂ ସମୃଦ୍ଧିର ପ୍ରତୀକ I ଏହା ଦେଶରେ ଅର୍ଥନୈତିକ ସମୃଦ୍ଧତା ଏବଂ ଜ୍ଞାନର ବିକାଶ କରିଥାଏ I

ମା’ ଦୂର୍ଗା ଘୋଡା, ମଇଁଷି, ଦୋଳା, ମଣିଷ, ଡଙ୍ଗା ଏବଂ ହାତୀ ଉପରେ ବସି ମର୍ତ୍ତ୍ୟକୁ ଓଲ୍ହାଇଥାନ୍ତି I ଏମାନଙ୍କ ମଧ୍ୟରୁ ମା’ ଙ୍କର ଆଗମନ ଯଦି ଡଙ୍ଗା କିମ୍ବା ହାତୀ ଉପରେ ବସି ହୋଇଥାଏ ,ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ I ବାକି ଅବଶିଷ୍ଟ ବାହନ ଗୁଡିକ ଅଶୁଭ ହୋଇଥାଏ ବୋଲି ବିଚାର କରାଯାଏ I

 

 

Launching Ceremony of “AYUSHMAN BHARAT

Comments are closed.