ଚିନ୍ତାରେ ପିଆଜ ଚାଷୀ

ନୂଆଦିଲ୍ଲୀ: ଜୁନ ୮: ପିଆଜର ଲଗାତାର ମୂଲ୍ୟ ହ ୍ରାସକୁ ନଜରରେ ରଖି ଭାରତୀୟ ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ ଅଧିକ ପିଆଜ କିଣିବାକୁ ପଦକ୍ଷେପ ନେଇଛନ୍ତି । ଚଳିତ ରବି ଋତୁରେ ନାଫେଡ ଚାଷୀଙ୍କ ଠାରୁ ଅଢେଇ ଲକ୍ଷ ଟନ ପିଆଜ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ତେବେ ବଜାରରେ ମୂଲ୍ୟ ହ ୍ରାସ ଯୋଗୁ ଉପୁଜିଥିବା ପରିସ୍ଥିତିରେ ଏହାକୁ ବଢାଇ ୪ ଲକ୍ଷ ଟନ କରିଦେଇଛନ୍ତି । ଏହି ପଦକ୍ଷେପରେ ଏପର୍ଯ୍ୟନ୍ତ ନାଫେଡ ୫୨ହଜାର ଟନ ପିଆଜ କିଣି ନେଇଛନ୍ତି । ପିଆଜ ଏକ ନଗଦ ଫସଲ ଓ ବର୍ଷତମାମ ଲୋକେ ଏହାକୁ କିଣି ଥାନ୍ତି । ଗତ ଖରିଫରେ ଲାଲ ପିଆଜର ମୂଲ୍ୟ ଚାଷୀଙ୍କୁ ବେଶ ଆଶାୟୀ କରିଥିଲା । ହେଲେ ବଜାରରେ ଚାହିଦା ହ ୍ରାସ ଏବେ ଚାଷୀଙ୍କୁ କନ୍ଦାଉଛି । ଗତ ମେ ମାସ ଆରମ୍ଭରୁ ଦେଶର ମଣ୍ଡିମାନଙ୍କୁ ଦୈନିକ ପିଆଜ ପହଞ୍ଚିବାରେ ଲାଗିଛି । ଫଳରେ କ ୍ୱିଣ୍ଟାଲ ପିଛା ଅଢେଇଶହ ଟଙ୍କାରେ ବିକା ହେଉଥିବା ପିଆଜ ଏବେ ୧୦୦ ଟଙ୍କା ଦରକୁ ଖସି ଆସିଛି । ମୂଲ୍ୟ ହ ୍ରାସ ଯୋଗୁ ଚାଷୀ ଏବେ ପିଆଜ ଫସଲକୁ ବିଲରେ ସଢିବାକୁ ଛାଡି ଦେଇଛନ୍ତି । କ ୍ୱିଣ୍ଟଲ ୧୦୦ ଟଙ୍କାରେ ବିକ୍ରି ବେଳକୁ ଖୋଳିବା ଲାଗି ବ୍ୟୟ କରିବାକୁ ଚାହୁଁ ନାହାନ୍ତି ଚାଷୀ । ଏଣୁ ନାଫେଡ ସହଯୋଗ ଲାଗି ଆଗକୁ ଆସିଥିବା ବେଳେ ଚାଷୀଙ୍କ ଠାରୁ ଅଧିକରୁ ଅଧିକ ପିଆଜ କିଣିବାକୁ ଘୋଷଣା କରିଛି । ନାଫେଡଙ୍କ ଅନୁସାରେ ରବି ଋତୁରେ ପିଆଜ ଉତ୍ପାଦନ ୩ କୋଟି ଟନ ପାରି କରିଯିବ । ଗତ ସିଜିନରେ ମଧ୍ୟ ପାଖାପାଖି ଏତିକି ପରିମାଣର ପିଆଜ ଉତ୍ପାଦନ ହୋଇଥିଲା । ଦେଶରେ ପିଆଜର ବମ୍ପର ଉତ୍ପାଦନକୁ ଦେଖି ନାଫେଡ ଅଧିକ କ୍ରୟ ଲାଗି ନିଷ୍ପତ୍ତି ନେଇଛନ୍ତି । ନାଫେଡ ଏବେ ଚାଷୀଙ୍କ ଠାରୁ ପିଆଜ କେଜି ପିଛା ୧୦ରୁ ୧୨ ଟଙ୍କା ଦରରେ କିଣୁଛନ୍ତି । ଯାହା ଆଗାମୀ କିଛି ଦିନ ମଧ୍ୟରେ ବଢି ୧୮ ଟଙ୍କା ପର୍ଯ୍ୟନ୍ତ ଯାଇପାରେ ବୋଲି ଅନୁମାନ କରାଯାଉଛି ।

Govt

Comments are closed.