ରାଜ୍ୟରେ ୧୦ରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଅକ୍‌ଟୋବର ୦୬: ପୁଣି ଥରେ ଦେଶରେ ମୌସୁମୀ ପ୍ରକିୟା ଆରମ୍ଭ ହୋଇଛି । ଉତ୍ତର ଆଣ୍ଡାମାନ୍‌ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଆଗାମୀ ୧୦ ତାରିଖରେ ଏହି ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ ବୋଲି ସୂଚନା ମିଳିଛି ।
୪ରୁ ୫ ଦିନ ଭିତରେ ଲଘୁଚାପ ଓଡିଶା ଏବଂ ଦକ୍ଷିଣ ଉପକୂଳ ଆନ୍ଧ୍ର ଦେଇ ସ୍ଥଳଭାଗକୁ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନ ରହିଛି । ତେବେ ଓଡିଶାରେ ଅକ୍‌ଟୋବର ୨୦ ଆଡକୁ ଲଗାଣ ବର୍ଷା ଆରମ୍ଭ ହୋଇପାରେ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।

Comments are closed.