ବ୍ରଟେନ୍ର ପ୍ରଧାନମନ୍ତ୍ରୀ ହେଲେ ଲିଜ୍ ଟ୍ରସ୍

ଲଣ୍ଡନ: ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କୁ ପଛରେ ପକାଇ ଲିଜ୍ ଟ୍ରସ୍ ଆଜି ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ଭାବେ ଶପଥପାଠ ଗ୍ରହଣ କରିଛନ୍ତି । କଞ୍ଜରଭେଟିଭ୍ ଦଳର ନେତୃତ୍ୱ ଦୌଡ଼ରେ ବିଜୟୀ ହୋଇଥିବା ବେଦେଶିକ ମନ୍ତ୍ରୀ ଲିଜ୍ ଟ୍ରସ୍ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିଜ ପଦ ଗ୍ରହଣ କରିଛନ୍ତି । ତାଙ୍କ ପୂର୍ବରୁ ୨ ମହିଳା ମାର୍ଗାରେଟ୍ ଥାଟ୍ଚର୍ ଓ ଥେରେସା ମେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହୋଇଥିଲେ । ଟ୍ରସ୍ ଶପଥପାଠ ଗ୍ରହଣ ପରେ ତାଙ୍କ ସମର୍ଥକମାନଙ୍କୁ ଧନ୍ୟବାଦ ଦେବା ସହ ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ତାଙ୍କର ବନ୍ଧୁ ବୋଲି କହିଥିଲେ । ଏଥିସହ ଟିକସ ହ ୍ରାସ ଲାଗି ସେ ସାହସିକ ପଦକ୍ଷେପ ନେବେ ଓ ରାଜସ୍ୱ ବୃଦ୍ଧି ପାଇଁ ମଧ୍ୟ ଚେଷ୍ଟା କରିବେ ବୋଲି କହିଥିଲେ ।
ସୂଚନା ଅନୁସାରେ, ଟ୍ରସ୍ଙ୍କ ସପକ୍ଷରେ ୮୧,୩୨୬ ଜଣ ଭୋଟ ଦେଇଥିବା ବେଳେ ସୁନକଙ୍କୁ ୬୦,୩୯୯ ଜଣଙ୍କର ଭୋଟ୍ ମିଳିଥିଲା । ମୋଟ ପଡ଼ିଥିବା ୮୨.୬ ପ୍ରତିଶତ ଭୋଟ ମଧ୍ୟରୁ ଟ୍ରସ୍ ୫୭ ପ୍ରତିଶତ ଭୋଟ ପାଇଥିବା ବେଳେ ସୁନକ ପାଇଥିଲେ ୪୨ ପ୍ରତିଶତ ଭୋଟ ପାଇଥିଲେ ।

Comments are closed.