ଦ୍ୱିଲ୍ଳୀ ବାସୀଙ୍କ କମୁଛି ଆୟୁଷ !

ସମୟ ଲାଇଭ,୧/୧୧:  ଦେଶର ରାଜଧାନୀ ଦ୍ୱିଲ୍ଳୀ ଏବେ ବିଷବଳୟର ପ୍ରଭାବରେ। ଦିପାବଳୀର ବାଣଫୁଟା ପରେ ଦ୍ୱିଲ୍ଲୀ ଆକାଶ ଏବେ ଖାଲି ଧୁଆଁମୟ। ବଢିଛି ପ୍ରଦୂଷଣର ମାତ୍ରା ଆଉ କମୁଛି ଦ୍ୱିଲ୍ଲୀବାସୀଙ୍କ ଆୟୁଷ। ଏବେ ରାଜଧାନୀରେ ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକେ ଘରୁ ବାହାରିବା ବି ମୁସ୍କିଲ ହୋଇପଡିଲାଣି।

ନିକଟରେ ଶିକାଗୋ ୟୁନିଭରସିଟିର ଏଜେନ୍ସି ପଲିସି ଇଷ୍ଟିଚ୍ୟୁଟ ଦ୍ୱାରା ଜାରି ହୋଇଥିବା ଏକ ରିପୋର୍ଟରେ କ୍ୱାଲିଟି ଲାଇଫ ଇଣ୍ଡେକ୍ସ ରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ପ୍ରଦୂଷଣ ଯୋଗୁଁ ଲୋକଙ୍କ ଆୟୁଷ କମୁଛି ।

ରିପୋର୍ଟ ଅନୁସାରେ ଭାରତରେ ବାୟୁ ପ୍ରଦୂଷଣର ମାତ୍ରା କମ୍ ରହିଲେ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନକ ଅନୁସାରେ ବାୟୁର ଗୁଣବତ୍ତା ରହିଲେ, ଲୋକେ ନିଜ ଆୟୁଷର ଅଧିକ ୪ ବର୍ଷ ଜୀବନଧାରଣ କରିପାରନ୍ତେ । ହେଲେ ଦିଲ୍ଲୀର ସ୍ଥିତି ଦେଖିଲେ ସ୍ପଷ୍ଟ ଅନୁମାନ କରାଯାଉଛି ରାଜଧାନୀବାସୀ ଏବେ ଶ୍ୱାସରୁଦ୍ଧ ଅବସ୍ଥାରେ ଅଛନ୍ତି । ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ଅନୁୁସାରେ ଦିଲ୍ଲୀ-ଏନସିଆର ସହିତ ଅଧିକ ଜନସଂଖ୍ୟା ଥିବା ସହରରେ ବାୟୁ ଯୋଗୁଁ ଲୋକଙ୍କ ଆୟୁଷ ୯ବର୍ଷ ପର୍ୟ୍ୟନ୍ତ କମ ହୋଇଯାଉଛି

 

Launching Ceremony of “AYUSHMAN BHARAT

Comments are closed.