କଟକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା

0

ସମୟ ଲାଇଭ,୧/୧୧:  ହଜାରେ ବର୍ଷର ଐତିହ ସହର କଟକରେ ହେଉଥିବା ବାଲିଯାତ୍ରାକୁ ରାଜ୍ୟ ସରକାରଙ୍କ ତରଫରୁ ମିଳିଛି ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା। ଏନେଇ ଆଜି ସ୍ପଷ୍ଟ କରିଛନ୍ତି ରାଜ୍ୟସରକାର।

ଏଣିକି ସରକାରଙ୍କ ସଂସ୍କୃତି ଓ ନଗର ଉନ୍ନୟନ ବିଭାଗ ତରଫରୁ ବାଲିଯାତ୍ରାକୁ ଯୋଗାଇ ଦିଆଯିବ ଆର୍ଥିକ ସହାୟତତା। ଅନେକ ଦିନ ଧରି ହୋଇ ଆସୁଥିବା ଦାବିକୁ ଆଜି ମୋହର ଲଗାଇଛନ୍ତି ସରକାର। ଓଡ଼ିଶାରେ ପୁରୀ ରଥଯାତ୍ରା ପରେ ବାଲିଯାତ୍ରା ହେଉଛି ଦ୍ୱିତୀୟ ପୁରାତନ ଓ ଲୋକପ୍ରିୟ ଉତ୍ସବ। କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ ଏନେଇ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ଯାହାକୁ ସରକାର ସ୍ୱିକୃତି ପ୍ରଦାନ କରିଛନ୍ତି। ଚଳିତବର୍ଷ ନଭେମ୍ବର ୧୨ରୁ ୧୯ତାରିଖ ପର୍ଯ୍ୟନ୍ତ ୮ଧରି ହେବାକୁ ଥିବା ବାଲିଯାତ୍ରାରେ ଲକ୍ଷାଧିକ ଲେକଙ୍କ ସମାଗମ ହେବା ସହ ୧୦୦ କୋଟି ଟଙ୍କାରୁ ଅଧିକ କାରବାର ହେବ ବୋଲି ଆକଳନ କରାଯାଉଛି।

 

Leave A Reply

Your email address will not be published.