ବିନା ଲାଇସେନ୍‌ସରେ ରଖିପାରିବେନି ବିଲେଇ

ବିଲେଇ ରଖିବାକୁ ପ୍ରାୟ ଲୋକମାନେ ଭଲ ପାଆନ୍ତି । କିନ୍ତୁ ଏବେ ଆଉ ଆପଣ ବିନା ଲାଇସେନ୍‌ସରେ ବିଲେଇ ରଖିପାରିବେନି । ଏହିପରି କିଛି ନିୟମ ମହାରାଷ୍ଟ୍ରର ପୁଣେରେ ପ୍ରଣୟନ କରାଯାଇଛି । ପୁଣେବାସୀଙ୍କୁ ଏବେ ବିଲେଇ ରଖିବାକୁ ପୁଣେ ମହାନଗରପାଳିକାର ଅନୁମତି ନେବାକୁ ହେବ ।

License Mandatory To Keep Cats in Pune

ଏହା ପୂର୍ବରୁ ମହାନଗରପାଳିକା କୁକୁର ରଖିବା ଲାଗି ମଧ୍ୟ ଲାଇସେନ୍ସ ନିୟମକୁ ଅନିବାର୍ଯ୍ୟ କରିଥିଲା । ଏହି ଲାଇସେନ୍ସ ପାଇବା ଲାଗି ୭୫ ଟଙ୍କା ଓ ନବୀକରଣ ଲାଗି ୫୦ ଟଙ୍କା ଶୁÂ ଦେବାକୁ ହେବ । ଏହା ସହିତ ଯେଉଁମାନେ ବିନା ଲାଇସେନ୍ସରେ ବିଲେଇ ରଖିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । କେବଳ ଏତିକି ନୁହେଁ ବିଲେଇ ରଖିବା ପୂର୍ବରୁ ଆଣ୍ଟି ରାବିଜ୍‌ ଟୀକା ନେଇଥିବାର ପ୍ରମାଣପତ୍ର ମଧ୍ୟ ଲୋକଙ୍କୁ ଦାଖଲ କରିବାକୁ ହେବ ।

License Mandatory To Keep Cats in Pune

ପୁଣେ ମହାନଗରପାଳିକା ଏକ ଆଦେଶ ଜାରି କରି କହିଛି ବିଲେଇ ରଖିବାକୁ ଚାହୁଁଥିବା ଆବେଦନକାରୀ ବିଲେଇର ୩ ଟି ଫଟୋ ମଧ୍ୟ ଆବେଦନପତ୍ର ସହ ପଠାଇବ । ମହାନଗରପାଳିକାରେ ଆୟୋଜିତ ଏକ ପ୍ରଶାସନିକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Govt

Comments are closed.