ଏହି ସମସ୍ୟାରେ ବ୍ରେନ୍ରେ ଆଲଫା-ସୁନକ୍ଲେନ୍ ନାମକ ଏକ ପ୍ରୋଟିନ୍ ଜମା ହୋଇଯାଇଥାଏ ଯାହାକୁୁ ଲେୱି ବଡିଜ୍ ବୋଲି କୁହାଯାଇଥାଏ । ଏହା ଜମା ହେବା ଫଳରେ ମସ୍ତିଷ୍କରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ହୋଇଥାଏ । ଆମର ଚିନ୍ତା କରିବାର କ୍ଷମତା, ବ୍ୟବହାର, କଥାବାର୍ତ୍ତା ଆଦିରେ ପରିବର୍ତ୍ତନ ଘଟିଥାଏ । ଏହି ସମସ୍ୟା ଅଧିକ ଦିନ ହେବା ପରେ ରୋଗୀଙ୍କର ଡିମେନ୍ସିଆ ହେବାର ଆଶଙ୍କା ରହିଥାଏ । ଏହା ବିଶେଷ ଭାବେ ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କ ନିକଟରେ ଦେଖିବାକୁ ମିଳିଥାଏ । ଏହାକୁ ଚିହ୍ନଟ କରିବା କଷ୍ଟସାଧ୍ୟ ହୋଇଥାଏ । ଏହାର ଲକ୍ଷଣ ପ୍ରଥମରୁ ଖୁବ କମ ଦେଖିବାକୁ ମିଳିଥାଏ, ଯେଉଁ କାରଣରୁ ଏହାକୁ ଚିହ୍ନଟ କରିବା କଷ୍ଟ ହୋଇଥାଏ । ଏହାର ଲକ୍ଷଣ ରୋଗୀର ବୟସ, ରୋଗପ୍ରତିରୋଧକ ଶକ୍ତି ଆଦି ଉପରେ ମଧ୍ୟ ନିର୍ଭର କରିଥାଏ । ପ୍ରଥମରୁ ଏହି ରୋଗୀ ସାଧାରଣ ଲୋକଙ୍କ ଭଳି ବ୍ୟବହାର କରୁଥିବାବେଳେ ଧୀରେଧୀରେ ସେମାନଙ୍କ ଭାବିବା ଶକ୍ତି ଏବଂ ଚାଲିବା ଶକ୍ତି ଉପରେ ପ୍ରଭାବ ପଡିବା ଆରମ୍ଭ ହୋଇଥାଏ । ଏହି ରୋଗର କାରଣ ବିଷୟରେ ଅଧିକ ଜାଣିବା ପାଇଁ ବର୍ତ୍ତମାନ ମଧ୍ୟ ଗବେଷଣା ଜାରି ରହିଛି । ଯଦି କୌଣସି ବ୍ୟକ୍ତିଙ୍କର ବ୍ୟବହାର, ସ୍ମରଣଶକ୍ତି, ଚାଲିବା ଶକ୍ତିରେ ହଠାତ୍ ପରିବର୍ତ୍ତନ ଦେଖିବାକୁ ମିଳୁଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Comments are closed.