କାଗଜ ଟି-ସାର୍ଟରେ ବିଶ୍ୱ ରେକର୍ଡ

ବ୍ରିଟେନ: ବିଶ୍ୱ ରେକର୍ଡ ସୃଷ୍ଟି କରିବା ଏକ ସହଜ କାର୍ଯ୍ୟ ନୁହେଁ । ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ଚିନ୍ତା କରିବାକୁ ପଡ଼ିଥାଏ ଏବଂ ଅନ୍ୟମାନଙ୍କଠୁ କିଛି ଅଲଗା କରିବା ଜରୁରୀ ହୋଇଥାଏ । ଦୁନିଆରେ ଏପରି ଲୋକ ଅଛନ୍ତି ଯେଉଁମାନେ ଅଜବ ବିଶ୍ୱ ରେକର୍ଡ କରି ବିଶ୍ୱରେ ପରିଚିତ ଲାଭ କରିଛନ୍ତି । ହେଲେ ଆପଣ କେବେ ବି ଭାବି ନଥିବେ ଯେ ଟି-ସାର୍ଟ ସାହାଯ୍ୟରେ ବିଶ୍ୱ ରେକର୍ଡ ତିଆରି କରାଯାଇପାରିବ ।
କାଗଜ ଟି-ସାର୍ଟରେ ବିଶ୍ୱ ରେକର୍ଡ
କି;ୁ ବ୍ରିଟେନର ଜଣେ ବ୍ୟକ୍ତି ଏହା କରିଛନ୍ତି । ସେ ୪ ହଜାରରୁ ଅଧିକ ଟି-ସାର୍ଟ ସାହାଯ୍ୟରେ ବିଶ୍ୱ ରେକର୍ଡ ତାଲିକାରେ ତାଙ୍କ ନାମ ସାମିଲ କରିଛନ୍ତି ।

ସୂଚନା ଅନୁଯାୟୀ ଜଣେ ବ୍ରିଟିଶ ଟି-ସାର୍ଟ ଉଦ୍ୟୋଗୀ ୪,୦୩୬ ‘ଅରିଗାମି ସାର୍ଟ’ ଏକାଠି କରି ପ୍ରଦର୍ଶିତ କରିଥିଲେ, ଯାହା ପାଇଁ ତାଙ୍କ ନାମ ଗିନିଜ ୱାର୍ଲï ରେକର୍ଡରେ ସ୍ଥାନିତ ହୋଇଛି । ଗିନିଜ୍‌ ୱାଲïର୍ ରେକର୍ଡ ସଂସ୍ଥା ଦ୍ୱାରା ମଧ୍ୟ ଏହା ନିଶ୍ଚିତ ହୋଇଛି ଯେ ୨୪ ବର୍ଷୀୟ ଜୁଡେ କୋରାମ୍‌ ଅରିଗାମି ସାର୍ଟର ସବୁଠାରୁ ବଡ ପ୍ରଦର୍ଶନ ପାଇଁ ରେକର୍ଡ ଭାଙ୍ଗିଛନ୍ତି । ଏହାପୂର୍ବରୁ ଟୋକିଓର କିଡସ୍‌ ଜାମ୍ବୋରେ ଦ୍ୱାରା ୩,୪୭୪ ସାର୍ଟ ସେଟ୍‌ କରି ଏହି ରେକର୍ଡ କରାଯାଇଥିଲା । ଏହି ନୂତନ ବିଶ୍ୱ ରେକର୍ଡ ସ୍ଥିର କରିଥିବା ଜୁଡେ କୋରାମ୍‌, ଟି-ସାର୍ଟ କମ୍ପାନୀ ଅପେରଲ୍‌ ଅଫ୍‌ ଲାଫ୍ସର ମାଲିକ ।

ରିପୋର୍ଟ ଅନୁଯାୟୀ, କୋରାମ୍‌ କହିଛନ୍ତି ଯେ କରୋନା ମହାମାରୀ ସମୟରେ ନିଜକୁ ବ୍ୟସ୍ତ ରଖିବା ପାଇଁ ସେ ଏହି ପ୍ରକଳ୍ପ ଗ୍ରହଣ କରିଛନ୍ତି ଏବଂ ଚଳିତ ବର୍ଷ ମାର୍ଚ୍ଚରୁ ଜୁନ୍‌ ମଧ୍ୟରେ ୪,୦୩୬ ସିଟ୍‌ କାଗଜକୁ ଛୋଟ ଆକାରର ସାର୍ଟରେ ପରିଣତ କରିଛନ୍ତି ।
କାଗଜ ଟି-ସାର୍ଟରେ ବିଶ୍ୱ ରେକର୍ଡ
କୋରାମ ଇଂଲଣ୍ଡର ମେକ୍‌ଟ୍ୟାଙ୍କ ସାମ୍ନାରେ ନିଜର ଅରିଗାମି କଳାକୃତିକୁ ପ୍ରଦର୍ଶନ କରିଥିଲେ । ମେକ୍‌ଟ୍ୟାଙ୍କ୍‌ ଏପରି ଏକ ସ୍ଥାନ, ଯେଉଁଠାରେ ସ୍ଥାନୀୟ କ୍ରିଏଟିଭ୍‌କୁ ସମର୍ଥନ କରିଥାଏ ।

Launching Ceremony of “AYUSHMAN BHARAT

Comments are closed.